ରେଳବାଇରେ ୨୬୦୦ ପଦବୀରେ ବାହାରିଲା ନିଯୁକ୍ତି ! ଏଭଳି ଉପାୟରେ କରନ୍ତୁ ଆବେଦନ ।

55

ରେଲୱେ ରିକ୍ୟୁରମେଣ୍ଟବୋର୍ଡ ତରଫରୁ ଆଉ ଗୋଟିଏ ଥର ପାଇଁ ଭ୍ୟାକେନ୍ସି ବାହାରି ଯାଇଛି । ଏଥର ୨୬୦୦ ପଦ ପାଇଁ ଭ୍ୟାକେନ୍ସି ବାହାରିଛି । ତେବେ ଏହି ରିକ୍ୟୁରମେଣ୍ଟ କୁ ଜବ୍ ଟେକମ୍ୟାନ୍ ଅର୍ଥାତ୍ ଯେଉଁମାନେ ଅବସର ନେଇ ଘରେ ଅଛନ୍ତି ସେମାନଙ୍କ ପାଇଁ ଏହି ପଦବୀ ବାହାରିଯାଇଛି । ବର୍ତ୍ତମାନ ରେଲୱେ ବୋର୍ଡ ତରଫରୁ ଗ୍ରୁପ୍ ଡି ପାଇଁ ପରୀକ୍ଷା କରାଯାଉଛି । ଗ୍ରୁପ୍ ଡିର ପରୀକ୍ଷା ସଂପନ୍ନ ହେବା ପରେ ରେଲୱେ ଟେକମ୍ୟାନ୍ ର ପରୀକ୍ଷା କାମ ଆରମ୍ଭ ହେବା ନେଇ ଖବର ଆସିଛି । ତେବେ କେଉଁଭଳି ଉପାୟରେ ଏହି ପଦବୀ ପାଇଁ ଆବେଦନ କରିବେ ଜାଣିରଖନ୍ତୁ ।

ପଦନାମ – ଟେକମ୍ୟାନ୍

ପଦସଂଖ୍ୟା –୨୬୦୦

ଯୋଗ୍ୟତା-ଏହି ପଦରେ କେବଳ ଅବଶରପ୍ରାପ୍ତ ବ୍ୟକ୍ତି ଆବେଦନ କରିପାରିବେ ।

ବୟସସୀମା – ଆବେଦନକର୍ତ୍ତାଙ୍କୁ କମ୍ ସେ କମ୍ ୬୫ ବର୍ଷ ହୋଇଥିବା ଆବଶ୍ୟକ ।

ଏଭଳି ଉପାୟରେ କରନ୍ତୁ ଆବେଦନ – ଇଚ୍ଛୁକ ପ୍ରାର୍ଥୀ ପିପିଓର ମୂଳପ୍ରତି,ସେବା ପ୍ରମାଣପତ୍ର,ସେବାନିବୃତ ପରିଚୟ ପତ୍ର ଏବଂ ଆଇଏଫଏସସି କୋଡ୍ ସମେତ ମଣ୍ଡଳ କର୍ମଚାରୀ ଅଧିକାରୀ /ମୁରାଦାବାଦ୍ ଙ୍କୁ ଆବେଦନ କରିପାରିବେ । ଉପଯୁକ୍ତ ପ୍ରାର୍ଥୀ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଆବେଦନ କରିପାରିବେ ।