ଜୟପୁରରେ ଲୁଟେରାଙ୍କ ରାଜ୍ ! ସ୍କୁଟି ଭାଙ୍ଗି ଓ ମେଡିସିନ ଷ୍ଟୋରରେ ପଶି ଲୁଟି ନେଲେ ଲକ୍ଷାଧିକ ଟଙ୍କା

27

କନକ ବ୍ୟୁରୋ : ଜୟପୁରରେ ମାତିଲେ ଲୁଟେରା । ଦିନ ଦିପହରରେ ଲୁଟିନେଲେ ୩ ଲକ୍ଷ ୮୮ ହଜାର ଟଙ୍କା । ଲୁଟେରାଙ୍କ କବଳରୁ ବର୍ତ୍ତି ପାରିନି ଔଷଧ ଦୋକାନ ।  ସିସିଟିଭିରେ କଏଦ ହୋଇଛି ଚୋରି ଓ ଚୋରଙ୍କ କାରାନାମା । କିଛି ଦିନର ନିରବତା ପରେ ପୁଣି ଜୟପୁର ସହରରେ ଲୁଟେରାଙ୍କ ରାଜ୍ ।

କେତେବେଳେ ରାତି ଅଧୀଆ ଲୁଟ୍ ତ ପୁଣି କେତେବେଳେ ଦିନ ଦିପହରରେ ଲୁଟ୍ । ଦିବାଲୋକରେ ସହରର ଜନଗହଳି ରାସ୍ତାକଡ଼ରେ ଥିବା ସ୍କୁଟିର ଡିକି ତାଡି ସେଥିରେ ଥିବା ଏକ ଲକ୍ଷ ୮ହଜାର ଟଙ୍କା ଲୁଟି ନେଇଯାଇଛନ୍ତି ଦୁର୍ବୃତ । ସେହିପରି ଆଉ ଏକ ଘଟଣା ସହରର ଜଗତ ଜନନୀ ମନ୍ଦିର ସାମନାରେ ହୋଇଛି । ଏଠାରେ ଥିବା ଏକ ମେଡ଼ିକାଲ ଦୋକାନରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା ।

ଦୋକାନରେ ପଶି ୨ ଲକ୍ଷ ୮୦ ହଜାର ଟଙ୍କା ଲୁଟିନେଇଛନ୍ତି  ଲୁଟେରା ।  ଆଉ ଏସବୁ ଦୃଶ୍ୟକୁ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରା କଏଦ କରିଛି । ସିସିଟିଭି ଫୁଟେଜକୁ ଆଧାର କରି ଜୟପୁର ଟାଉନ୍ ଥାନାରେ ମାମାଲା ରୁଜୁ ହୋଇଛି । ସହରରେ ଲୁଟ ବଢିଥିବା ବେଳେ ପୁଲିସର ପାରିବା ପାଣିଆକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ଘଟଣାର ତଦନ୍ତ ଚାଲିଛି ଖୁବ୍ ଶୀଘ୍ର ଲୁଟେରାଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଜୟପୁର ଏସଡିପିଓ ।