କୋରାପୁଟ କେସିସି ବ୍ୟାଙ୍କରୁ ହୋଇଥିବା ଦୃର୍ନୀତିକୁ ବିରୋଧ ! ନିଜ ସମର୍ଥକଙ୍କ ସହ ଧାରଣାରେ ବସିଲେ ବିଧାୟକ ତାରା ବାହିନୀପତି

19

କନକ ବ୍ୟୁରୋ: ଧାରଣାରେ ବସିଲେ ବିରୋଧୀ ଦଳ ମୁଖ୍ୟ ସଚେତକ । କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଆଗରେ ଧାରଣାରେ ବସିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ଅବିଭକ୍ତ କୋରାପୁଟ ଜିଲ୍ଲାରେ କେସିସି ବ୍ୟାଙ୍କରୁ ହୋଇଥିବା ଦୃର୍ନୀତି ବିରୋଧରେ ଧାରଣା ଦେଇଛନ୍ତି ବିଧାୟକ ତାରା ବାହିନୀପତି ।

ତାରାଙ୍କ ନେତୃତ୍ୱର ଜିଲ୍ଲା କଂଗ୍ରେସର ଶତାଧିକ କର୍ମୀ ଏକ ରାଲିରେ ବାହାରିଥିଲେ । ଏଥିସହିତ କର୍ମୀମାନେ କୋରାପୁଟର କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ କର୍ମୀଙ୍କ ସହ କେସିସି ବ୍ୟାଙ୍କ ଆଗରେ ଧାରଣାରେ ବସିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –