ଫିପା ବିଶ୍ୱକପ ! ନିଜ ନିଜ ଶେଷ ଗ୍ରୁପ ମ୍ୟାଚ ଅମୀମାଂସିତ ରଖି ଗ୍ରୁପ ବିରୁ ପ୍ରିକ୍ୱାର୍ଟର ଫାଇନଲକୁ ଗଲେ ସ୍ପେନ ଓ ପର୍ତୁଗାଲ

36

କନକ ବ୍ୟୁରୋ: ଚଳିତ ଫିଫା ୱାର୍ଲଡ କପରେ ସୋମବାର ଗ୍ରୁପ ‘ବି’ରୁ ୨୦୧୦ ବିଜେତା ସ୍ପେନ ଓ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପର୍ତୁଗାଲ ପ୍ରି-କ୍ୱାର୍ଟର ଫାଇନାଲରେ ପହଂଚିଛନ୍ତି । ଉଭୟ ଦଳ ନିଜ ଶେଷ ଗ୍ରୁପ ମ୍ୟାଚକୁ ଅମୀମାଂସିତ ରଖି ଏହି ସୁଯୋଗ ହାତେଇଛନ୍ତି । ଗତକାଲି ମରକ୍କୋ ସହ ସ୍ପେନ ୨-୨ ଗୋଲ ଏବଂ ପର୍ତୁଗାଲ ସହିତ ଇରାନ ୧-୧ ଗୋଲରେ ମ୍ୟାଚ ଶେଷ କରି ପଏଂଟ ଭାଗ କରିବାରୁ ଏହି ସଫଳତା ମିଳିଛି । ହାତ ପାଆନ୍ତାରେ ସୁଯୋଗ ଥାଇ ମଧ୍ୟ ଏସୀୟ ଦଳ ଇରାନକୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି ।

ସେପଟେ, ତିନିଟି ମ୍ୟାଚରୁ ତିନିଟି ବିଜୟ ସହ ଦକ୍ଷିଣ ଆମେରିକୀୟ ଦଳ ଉରୁଗୁଏ ଗ୍ରୁପ ଏ ବିଜେତା ଭାବେ ପ୍ରି କ୍ୱାର୍ଟରକୁ ଯାଇଛି । ଏଥିସହ ମସ୍କୋ ମହାସମରରେ ଗ୍ରୁପ ବିଜେତା ହେବାର ପ୍ରଥମ ଗୌରବ ଉରୁଗୁଏ ହାତେଇଛି । ପ୍ରଥମ ମ୍ୟାଚରେ ଇଜିପ୍ଟ ଓ ଦ୍ୱିତୀୟ ମ୍ୟାଚରେ ସାଉଦି ଆରବକୁ ହରାଇଥିବା ଉରୁଗୁଏ ସୋମବାର ଆୟୋଜକ ଦଳ ରୁଷିଆକୁ ଏକତରଫା ୩-୦ ଗୋଲରେ ପରାସ୍ତ କରିଛି । ଚଳିତ ବିଶ୍ୱକପ ମୁକାବିଲାରେ ରୁଷିଆର ଏହା ପ୍ରଥମ ପରାଜୟ ।