ଆଜି ଫ୍ରେଣ୍ଡସିପ୍ ଡେ : ଭୁବନେଶ୍ୱରର ବିଭିନ୍ନ ଜାଗାରେ ଫ୍ରେଣ୍ଡସିପ୍ ଡେ ପାଳିତ

105

friendship day celebration in bhubaneswarଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଆଜି ଫ୍ରେଣ୍ଡସିପ୍ ଡେ । ବନ୍ଧୁ ପାଇଁ ଦିନି ଟିଏ । ବନ୍ଧୁତ୍ୱର ବନ୍ଧନ କେଉଁ କାଳରୁ ଚାଲିଆସିଛି, ତାହା କହିହେବନି । ରାଜଧାନୀର ବିଭିନ୍ନ ଜାଗାରେ ଆଜି ଫ୍ରେଣ୍ଡସିପ୍ ଡେ ପାଳନ ଆଜି ଫ୍ରେଣ୍ଡସିପ୍ ଡେ ହେଉଛି । ଫ୍ରେଣ୍ଡସିପ୍ ଡେରେ ନିଜ ବନ୍ଧୁଙ୍କୁ ଉପହାର ଦେଇ ଶୁଭେଚ୍ଛା ଜଣାଇବା ଲାଗି ବିଭିନ୍ନ ଦୋକାନରେ ଭିଡ଼ ଲାଗିଛି ।

friendship day celebration in bhubaneswarବିଶେଷ କରି ଦୋକାନ ଆଗରେ ଫ୍ରେଣ୍ଡସିପ୍ ବ୍ୟାଣ୍ଡ କିଣିବାକୁ ଭିଡ଼ ଜମୁଛି । କଲେଜ ଛାତ୍ରୀମାନେ ହାତରେ ହାତ ମିଶାଇ, ପରସ୍ପରକୁ ଆଲିଙ୍ଗନ କରି,ହାତରେ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧି ବନ୍ଧୁଙ୍କ ସହ ମନାଉଛନ୍ତି ଫ୍ରେଣ୍ଡସିପ୍ ଡେ । ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ସପ୍ତାହର ପ୍ରଥମ ରବିବାରରେ ଫ୍ରେଣ୍ଡସିପ୍ ଡେ ଭାବେ ପାଳନ କରାଯାଇଥାଏ ।