୫ ସେକେଣ୍ଡରେ ଧ୍ୱସଂ ହେଲା ୧୦୦ କୋଟିର ବଙ୍ଗଳା ! ଦେଖନ୍ତୁ ଭିଡିଓ

1,602

କିଛି ମାସରୁ ଫେରାର୍ ଥିବା ହୀରା ବ୍ୟବସାୟୀ ନୀରବ୍ ମୋଦୀଙ୍କ ଅଲ୍ଲୀବାଗ୍ ରେ ଥିବା ବଙ୍ଗଳାକୁ ଭାଙ୍ଗି ଦିଆଯାଇଛି । ଆଜି ଦ୍ୱିପ୍ରହରରେ ସମୁଦ୍ର କୂଳରେ ଥିବା ୧୦୦ କୋଟିର ବଙ୍ଗଳାକୁ ୧୦୦ ଟି ବିସ୍ଫୋଟକ ମାଧ୍ୟୟରେ ଭଙ୍ଗାଯାଇଛି । ଏହା ପୂର୍ବରୁ ମଙ୍ଗଳବାର ବଙ୍ଗଳାକୁ ଭାଙ୍ଗିବା ପାଇଁ ପ୍ରସ୍ତୁତ ଆରମ୍ଭ ହୋଇଯାଇଥିଲା । ସର୍ବପ୍ରଥମେ ବଙ୍ଗଳାର କାଚକୁ ଭଙ୍ଗାଗଲା ଏବଂ ଆଜି ୩୦ ହଜାର ବର୍ଗଫୁଟ୍ ର ଏହି ବଙ୍ଗଳାକୁ ଭାଙ୍ଗି ଦିଆଗଲା । ଏହି ବଙ୍ଗଳା ମହାରାଷ୍ଟ୍ରର ରାୟଗଡ୍ ଠାରେ ରହିଛି । ସି ବିଚ୍ ପାଖରେ ପ୍ରସ୍ତୁତ ହୋଇଥିବା ଏହି ୧୦୦ କୋଟିର ବଙ୍ଗଳାକୁ ଭାଙ୍ଗିବା କାମ ବହୁ ଆଗରୁ ଆରମ୍ଭ ହୋଇଥିଲା । ବଙ୍ଗଳାରୁ କାଚକୁ ପ୍ରଥମେ ଭାଙ୍ଗିବାର କାରଣ ଏକାଥରେ ଭାଙ୍ଗିଲେ କାଚ ଉଡି ଆଖପାଖ ଘରକୁ ଯିବାର ସମ୍ଭାବନା ଥିଲା ।

ନୀରବ୍ ମୋଦୀ ପିଏନବି ଘୋଟାଲାରେ ୧୩,୭୦୦ କୋଟି ଟଙ୍କା ନେଇ ବିଦେଶ ପଳାୟନ କରିଥିବାର ମୁଖ୍ୟ ଅଭିଯୁକ୍ତ ଅଟନ୍ତି । ତେବେ ଏହି ବଙ୍ଗଳାର ପ୍ରଥମ ଫ୍ଲୋରରେ ୧୦୦୦ ବର୍ଗଫିଟ୍ ର ଏକ ସ୍ୱିମିଙ୍ଗ୍ ପୁଲ୍ ରହିଛି । ପୁଲ୍ ସାମ୍ନାରେ ଅବୈଧ ପ୍ରକ୍ରିୟାରେ ଏକ ବଗିଚା ମଧ୍ୟ ପ୍ରସ୍ତୁତ କରାଯାଇଛି । ମହାରାଷ୍ଟ୍ର ସରକାରଙ୍କ ତରଫରୁ ଏହି ବଙ୍ଗଳାକୁ ଭାଙ୍ଗିବା ପାଇଁ ୪ ଡିସେମ୍ବରରୁ ହିଁ ଆଦେଶ ଜାରୀ କରାଯାଇଥିଲା ।
.