ସେନାର ବଡ ନିଷ୍ପତ୍ତି : ଯୁଦ୍ଧ ମଇଦାନକୁ ଯିବେ କର୍ଣ୍ଣଲ ପାହ୍ୟାର ଅଧିକାରୀ

225

ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଜଟିଳ ପରିସ୍ଥିତି ମଧ୍ୟରେ ପାକିସ୍ତାନ ଭାରତୀୟ ସୀମାରେ ନିଜ ଯବାନ ଓ ଅସ୍ତ୍ରଶସ୍ତ୍ରର ସଂଖ୍ୟା ବଢ଼ାଇଦେଇଛି । ପାକିସ୍ତାନ ପକ୍ଷରୁ ଅଘଟଣ ଆଶଙ୍କା କରି ଏବେ ଭାରତୀୟ ସେନା ମଧ୍ୟ ମୁଖ୍ୟ ଫଇସଲା ନେଇଛି । କୁହାଯାଉଛି କି, ବର୍ଡରରେ ନିଯୁକ୍ତ ଅଧିକାରୀଙ୍କ ସଂଖ୍ୟା ବହୁତ ଶୀଘ୍ର ବୃଦ୍ଧି କରାଯିବ । ମିଳିଥିବା ସୂଚନା ଅନୁଯାୟୀ, କର୍ଣ୍ଣଲ ପାହ୍ୟାର ଅଧିକାରୀ, ଯେଉଁମାନେ ଏପର୍ଯ୍ୟନ୍ତ ଆର୍ମି ହେଡକ୍ୱାର୍ଟରରେ ନିଯୁକ୍ତ ଥିଲେ । ସେମାନଙ୍କୁ ଅତି ଶୀଘ୍ର ଯୁଦ୍ଧ ମଇଦାନକୁ ପଠାଯିବ ।

ରିପୋର୍ଟ ମୁତାବକ, ଯୁଦ୍ଧ ମଇଦାନରେ ସାମିଲ କରିବା ପାଇଁ ଅଧିକାରୀଙ୍କ ଅଭାବ ଅଛି । ଅନେକ ପଦବୀ ଖାଲି ପଡିଛି । ଆର୍ମିର ଏଭଳି ନିଷ୍ପତ୍ତି ଦ୍ୱାରା ପାଖାପାଖି ୨୩୦ ଅଧିକାରୀ ଯୁଦ୍ଧ ମଇଦାନରେ ଶତ୍ରୁଙ୍କୁ ଟକ୍କର ଦେଇପାରିବେ । ପୁଲୱାମାରେ ସିଆରପିଏଫଙ୍କ ଉପରକୁ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜକ ପରିସ୍ଥିତି ସୃଷ୍ଟି ହୋଇଛି । ଭାରତୀୟ ବାୟୁସେନା ଆକ୍ରମଣର କିଛି ଦିନ ପରେ ପାକିସ୍ତାନର ବାଲାକୋଟକୁ ପସି ଜୈଶ-ଏ-ମହମ୍ମଦର ଆଡ୍ଡା ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଅନେକ ଆତଙ୍କବାଦୀଙ୍କ ମୃତ୍ୟୁ ଖବର ଆସିଥିଲା । ଏହି ଆକ୍ରମଣ ପରେ ପାକିସ୍ତାନ ଏଲଓସିରେ ଗୁଳିବର୍ଷା କରୁଛି ।

ସୂଚନାଯୋଗ୍ୟ, ଆର୍ମି ଅଫିସରଙ୍କୁ ଯୁଦ୍ଧକୁ ପଠାଇବାର ନିଷ୍ପତ୍ତି ତୁରନ୍ତ ନିଆଯାଇନି । ଆର୍ମି ଗତ କିଛି ସମୟରୁ ଏହା ଉପରେ ଅଧ୍ୟୟନ କରୁଛି । ସୀମାରେ ଯବାନଙ୍କୁ ଆହୁରି ଜିଦ୍ଦି ବନାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।