ରାଜଧାନୀରୁ ଧରା ପଡିଲା ମୋଷ୍ଟ ୱାଂଟେଡ୍ ପାଟୁ ଖାନ୍ : ଏନକାଉଂଟର ପରେ ଏସସିବିରୁ ଫେରାର୍ ଥିଲା ପାଟୁ

25

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀରୁ ଧରା ପଡିଲା ମୋଷ୍ଟ ୱାଂଟେଡ୍ ପାଟୁ ଖାନ୍ । ଛିନତାଇ ବେଳେ, ରାଜଧାନୀର ପାସପୋର୍ଟ ଅଫିସ ପଛପଟୁ ଗିରଫ ହୋଇଛି ପାଟୁ । ପାଟୁ ନାଁରେ ହତ୍ୟା, ଭଳି ବହୁ ସଙ୍ଗୀନ ମାମଲା ରହିଛି । ଗତ ମାର୍ଚ୍ଚ ୩ ତାରିଖରେ ପାଟୁକୁ ଖଣ୍ଡଗିରି ଥାନା ଅଂଚଳରେ ପୁଲିସ ଏନକାଉଂଟର କରିଥିଲା ।

ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପାଟୁ ପୁଲିସକୁ ଚକମା ଦେଇ ଫେରାର୍ ହୋଇଯାଇଥିଲା । ଯେଉଁଥିପାଇଁ କାର୍ଯ୍ୟରେ ଅବହେଳା ଯୋଗୁଁ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା । ପାଟୁ ସହ ତାର ସହେଯାଗୀ ପୁନିଆ ଭୋଇକୁ ମଧ୍ୟ ଗିରଫ କରାଯାଇଛିି । ପୁନିଆର ଅପରାଧୀକ ରେକର୍ଡ ପୁଲିସ ଯାଂଚ କରୁଛି ।