କନକ ବ୍ୟୁରୋ : ଆଜୀବନ ସଜ୍ଜା କାଟୁଥିବା କଏଦୀଙ୍କୁ ମୁକ୍ତ କରାଯିବ । ଏହି ବର୍ଗରେ ଅଛନ୍ତି ୧୪ ବର୍ଷ, ୨୦ ବର୍ଷ ଓ ୨୫ ବର୍ଷ ସଜା କାଟୁଥିବା କଏଦୀ । ସେମାନଙ୍କ ଖଲାସ ପାଇଁ ଆଜି ଷ୍ଟେଟ ସେଂଟେନ୍ସ ରିଭ୍ୟୁ ବୋର୍ଡ଼ର ବୈଠକ ହୋଇଛି । ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଏହି ବୈଠକରେ ଆଇଜି ପ୍ରିଜନ, ଆଇଜି କ୍ରାଇମ୍ ଓ ଆଇନ ସିଚିବ ତଥା ଡ଼ିଷ୍ଟ୍ରିକ୍ ଜଜ୍ ଉପସ୍ଥିତ ଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏଥିରେ ବହୁ ବର୍ଷ ଧରି ସଜା କାଟୁଥିବା କଏଦୀଙ୍କ ବିଷୟରେ ଆଲୋଚନା ହେବା ସହ ସେମାନଙ୍କ ଆଚରଣ ଉପରେ ଆଲୋଚନା ହୋଇଥିଲା । ଏପରି ୨୦୦ଟି ମାମଲା ଥିବାବେଳେ ଆଜି ୨୨ ଜଣ କଏଦୀଙ୍କ ସଂପର୍କରେ ଆଲେଚନା ହୋଇଛି । ତେବେ ଏନେଇ ଆସନ୍ତା ୧୯ରେ ଆଉ ଏକ ବୈଠକ ବସିବ ବୋଲି ଗୃହ ବିଭାଗ ପକ୍ଷରୁ ସୂଚନା ମିଳିଛି ।