ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାଗିଂ : ମାନସିକ ଭାରସାମ୍ୟ ହରାଇ ଏସସିବିରେ ଛାତ୍ରୀ ଭର୍ତ୍ତି ଅଭିଯୋଗ

73

କଟକ ବ୍ୟୁରୋ, କନକ ନ୍ୟୁଜ୍ : ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ । ଦୟା ଛାତ୍ରୀ ନିବାସର ଯୁକ୍ତ ୨ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରୀଙ୍କୁ ସେହି ହଷ୍ଟେଲର କିଛି ସିନିୟର ଛାତ୍ରୀ ବାରମ୍ବାର ରାଗିଂ କରିଥିବା ନେଇ ଅଭିଯୋଗ ହୋଇଛି । ପୀଡିତାଙ୍କ ପରିବାର ଲୋକେ ଏନେଇ ମାଲଗୋଦାମ ଥାନାରେ ୪ ଛାତ୍ରୀଙ୍କ ନାଁରେ ମାମଲା ରୁଜୁ କରିଛନ୍ତି ।

ଏହି ଘଟଣାରେ ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପୀଡିତାଙ୍କ ପରିବାର ଲୋକ, ହଷ୍ଟେଲ ୱାଡେନ ଓ ଅଭିଯୁକ୍ତ ସିନିୟର ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି । ବୟାନ ରେକର୍ଡ କରାଯିବା ପରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯିବ । ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଡିସିପି । ସେପଟେ ପୀଡିତାଙ୍କୁ ବାରମ୍ବାର ରାଗିଂ କରାଯିବା ଫଳରେ ପୀଡିତା ମାନସିକ ଭାରସାମ୍ୟ ହରାଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।