ମୟୂରଭଂଜ କଟାସ୍ ଛକରେ ମର୍ମନ୍ତୁଦ ଦୁର୍ଘଟଣା : ରାତିର ଅନ୍ଧାରରେ ରାସ୍ତା ଉପରେ ବାଇକକୁ ଘୋଷାଡି ନେଲା ଗାଡି

38

କନକ ବ୍ୟୁରୋ :  ବାଇକ ସହ ଜୀବନ୍ତ ଗଳିଜଲେ ୩ ଜଣ । ମୟୁରଭଂଜ ଜିଲ୍ଲା ବିଶୋଇ ଥାନା କଟାସ ଛକରେ ଦୁର୍ଘଟଣା ଘଟି ୩ଜଣଙ୍କ ମୃତ୍ୟୁ । ରାତି ପ୍ରାୟ ୯ଟା ରେ ୪୯ ନମ୍ବର ରାଜପଥରେ ୩ଜଣ ଗୋଟିଏ ବାଇକରେ ଯାଉଥିଲେ । ବାଇକକୁ କଟାସ୍ ଛକରେ ଗୋଟିଏ ଅଜଣା ଗାଡି ଧକା ଦେଇଥିଲା । ଗାଡି ସେମାନଙ୍କୁ ଘୋଷାରି ନେବାରୁ ନିଆଁଲାଗି ବାଇକଟି ଜଳିଯାଇଥିଲା । ଏବଂ ୩ଜଣଙ୍କ ଦେହରେ ବି ନିଆଁ ଲାଗି ଯାଇଥିଲା ।

ଛଟପଟ ହୋଇ ଘଟଣାସ୍ଥଳରେ ୨ ଜଣ ପ୍ରାଣ ହରାଇଥିଲେ । ଆଉ ଜଣେ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି । ମୃତକ ମାନେ ବିଶୋଇ ବ୍ଲକ୍ ଏନବି ପୋଖରିଆ ପଂଚାୟତର ଘୋଡିବିନ୍ଧା ଗ୍ରାମର ।