ସାବଧାନ ! ଶିଶୁଙ୍କ ଡାଇପରରେ ହେଉଛି ବିସ୍ଫୋରଣ । ଚେତାବନୀ ଜାରି କଲେ ପୀଡିତ ଶିଶୁର ବାପା 

634

 ସିଡନୀରେ ରହୁଥିବା ଜଣେ ବାପା ନିଜର ୨୩ ମାସର ପୁଅର ଡାଇପରରେ ବିସ୍ଫୋରଣ ହେବାପରେ ଏହି ଚେତାବନୀ ଜାରି କରିଛନ୍ତି । ଏହି ବିସ୍ଫୋରଣ ପରେ ଶିଶୁର ଶରୀରରେ କ୍ଷତିକାରକ ଜିଲେଟିନ୍ ର କ୍ରିଷ୍ଟଲ ଲାଗିଯାଇଥିଲା ।

ରେଂଡବିକ୍ ନିବାସୀ ୩୬ ବର୍ଷୀୟ ଏରାନ୍ ଇଟନ୍ ପୁଅ ଡୋଭ୍ ର କାନ୍ଦିବା ଶବ୍ଦ ଶୁଣି ଉଠିଗଲେ । ଯେତେବେଳେ ସେ ପୁଅ ପାଖକୁ ଗଲେ, ଦେଖିଲେ ଯେ ପୁଅର ଡାଇପର୍ ଫାଟିଯାଇଛି । ଯଦ୍ୱାରା ଶିଶୁର ଛାତି ପର୍ଯ୍ୟନ୍ତ ଓଦା ହୋଇଯାଇଥିଲା । ସେ ତାଙ୍କ ଶିଶୁକୁ ଏମିତି ଅବସ୍ଥାରେ ଦେଖି ବହୁତ ଡରିଗଲେ । କ୍ରିଷ୍ଟଲ ତା’ ଶରୀରରେ ଲାଗିରହିଥିଲା । ଶିଶୁଟିକୁ ଏଭଳି ପ୍ରକାରର ଅନୁଭବ କରିବାକୁ ପଡିଲା, ଯାହାକି ବହୁତ କ୍ଷତିକାରକ । ଇଟନ୍ କହିଲେ କି, କିଏ ଜାଣିଥିଲା କି ସେହି କ୍ରିଷ୍ଟଲରେ କଣ ପଡିଥିଲା । ଦୁଇଟି ଶିଶୁର ବାପା ୪ବର୍ଷ ହେବ ହଗୀଜର କଷ୍ଟମର ଅଛନ୍ତି । ପ୍ରଥମେ ସେ ହଗୀଜ୍ ର ‘ୱିନି ଦ ପୁହ’ ରେଂଜ କିଣୁଥିଲେ । କିନ୍ତୁ ସେହି ଉତ୍ପାଦ ବନ୍ଦ ହେବା ପରେ ତାକୁ ବଦଳାଇ ନୂଆ ମିକି ମାଉସ୍ ରେଂଜ କିଣିଲେ । ଏହି ଘଟଣା ଘଟିବାପରେ ସେ ପଚାରିବାକୁ ହଗୀଜ୍ କୁ ସଂପର୍କ କଲେ କି କ’ଣ ନୂଆ ରେଂଜର ଗୁଣବତ୍ତା କମ୍ କରିଦିଆଯାଇଛି । କିନ୍ତୁ କମ୍ପାନୀ ଏହାକୁ ଅସ୍ୱୀକାର କଲା । ଡୋଭ୍ ର ବାପାଙ୍କୁ ଏହା ଆଶା ଅଛି ଯେ, ଏହା ଦ୍ୱାରା ଲୋକଙ୍କ ଠାରେ ସଚେତନତା ବଢ଼ିବ ଓ କମ୍ପାନୀ ଏହି ଘଟଣାର ଯାଂଚ କରିବାକୁ ବାଧ୍ୟ ହେବ ।