ତାଳଚେରରୁ ନବୀନଙ୍କୁ ସମାଲୋଚନା କଲେ ମୋଦି । ଆୟୁଷ୍ମାନ ଭାରତକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଉପରେ ଉଠାଇଲେ ପ୍ରଶ୍ନ ?

39

କନକ ବ୍ୟୁରୋ: ଆୟୁଷ୍ମାନ ଯୋଜନାକୁ ନେଇ ନବୀନଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । “୫ ଲକ୍ଷ ଟଙ୍କା ଯାଏଁ ପ୍ରତ୍ୟେକ ଗରିବ ପରିବାର ସହାୟତା ମିଳୁଛି ଏହି ଯୋଜନାରେ । ଏହି ଯୋଜାନରେ ଓଡ଼ିଶାକୁ ସୁଫଳ ମିଳିବା ଆବଶ୍ୟକ ନା ନାହିଁ ପ୍ରଶ୍ନ ବାଣରେ ନବୀନଙ୍କୁ ଘାଇଲା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନବୀନ ବାବୁ କାହିଁକି ଏ ଯୋଜନା ବୁଝାପଡୁନି ?

ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରୁଛି ଆୟୁଷ୍ମାନ ଯୋଜନାରେ ସାମିଲ ହୁଅନ୍ତୁ । ଗରିବ ପରିବାର ପାଇଁ ଓଡ଼ିଶା ସରକାର ଏହି ଯୋଜନାରେ ସାମିଲ ହୁଅନ୍ତୁ ବୋଲି ସାଧାରଣ ସଭାରେ ନବୀନଙ୍କୁ ଆହ୍ୱାନ ଜଣାଇଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟ ସେବା ନେଇ ସାଧାରଣ ସଭାରେ ଲୋକମାନଙ୍କୁ ଅବଗତ କରାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି ଯେ, ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ନିଚ୍ଛକ ଚିତ୍ର ସମସ୍ତଙ୍କୁ ଜଣା । ଶିଶୁ ଓ ମାତୃ ମୃତ୍ୟୁହାର ନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଲେ ମୋଦି । ରାଜ୍ୟ ସରକାର ସାମିଲ ନ ହେଲେ ସେବା କରିହେବନି । ରାଜ୍ୟ ବାହାରେ ସେବା ପାଇ ପାରିବେ । ତେଣୁ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଉଛି ଯୋଜନାର ଫାଇଦା ଉଠାନ୍ତୁ ।

ସେପଟେ ବିଜେଡି ଏହାର ପ୍ରତିକ୍ରିୟା ରଖିଛି । ବିଜେଡି ନେତା ତେଜେଶ୍ୱର ପରିଡ଼ା କହିଛନ୍ତି ଯେ, ମୁୂଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବା ପୂର୍ବରୁ ମୋଦି ନିଜ ମନ୍ତ୍ରୀଙ୍କୁ ପଚାରିବା କଥା । ରାଜ୍ୟ ଯେଉଁ ତଥ୍ୟ ରଖିଥିଲା କେନ୍ଦ୍ର ଗ୍ରହଣ କରି ନଥିଲା । ନିଜ ଦୋଷ ଲୁଚାଇବାକୁ ମୋଦି ଅଙ୍ଗୁଳି ଉଠାଉଛନ୍ତି । ଓଡ଼ିଶାରେ ଶିଶୁ ଓ ମାତୃ ମୃତ୍ୟୁହାର କମିଛି । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଓଡ଼ି।।କୁ ପୁରସ୍କାର ଦେଇଛନ୍ତି । ତେଣୁ ଓଡ଼ିଶା କଥା ନକହି ମୋଦି ବିହାର ଓ ଛତିଶଗଡ଼ କଥା କୁହନ୍ତୁ । ଏବଂ ବିଜୁ ସ୍ୱାସ୍ଥ୍ୟୃ କଲ୍ୟାଣ ଯୋଜନାକୁ କେନ୍ଦ୍ର ପ୍ରତିନିଧି ଅନୁସରଣ କରନ୍ତୁ । ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ଏଭଳି ଯୋଜନା କରିଛି କେନ୍ଦ୍ର ସରକାର ବୋଲି ପାଲଟା ଜବାବ ରଖିଛି ବିଜେଡି ।