ଦୃଢ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ! ଏହାକୁ ବାସ୍ତବିକ ରୂପ ଦେଲେ ଶ୍ୟାମ ବାବୁ, ଡ୍ୟୁଟି ସାଙ୍ଗକୁ ପାଠପଢି କନେଷ୍ଟବଳରୁ ବନିଲେ ଡେପ୍ୟୁଟି କଲେକ୍ଟର

1,230

ୟୁପି ପୁଲିସରେ ଦୀର୍ଘ ୧୪ ବର୍ଷ ଧରି କନେଷ୍ଟବଳ ପଦବୀରେ କାର୍ଯ୍ୟରତ ଶ୍ୟାମ ବାବୁ ପିସିଏସ-୨୦୧୬ ପରୀକ୍ଷାରେ ଉତିର୍ଣ୍ଣ ହୋଇ ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ସେ ଦେଖାଇ ପାରିଛନ୍ତି କି, ଯଦି ଜଣେ ବ୍ୟକ୍ତି ନିକଟରେ ଆତ୍ମବିଶ୍ୱାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ କଲା ଭଳି ଭାବନା ରହିଛି ତେବେ ବିଶ୍ୱର କୌଣସି ବି ଶକ୍ତି ତାଙ୍କ ସଫଳତା ବାଟରେ ବାଧକ ସାଜିପାରିବ ନାହିଁ । ଉତ୍ତରପ୍ରଦେଶର ଏକ ଛୋଟିଆ ଗାଁରେ ଜନ୍ମିତ ଶ୍ୟାମ ବାବୁ ଚାକିରି ସହିତ ପିସିଏସ ପରୀକ୍ଷା ପାଇଁ ପ୍ରସ୍ତୁତି କରି ସଫଳତା ମଧ୍ୟ ହାସଲ କରିଛନ୍ତି । ସେ ଆଜି ସେ ସମସ୍ତ ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣା ପାଲଟିଯାଇଛନ୍ତି , ଯେଉଁମାନେ କି ବିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଶ୍ୟାମ ବାବୁ କହିଛନ୍ତି କି, ପିସିଏସ ବନିବା ପାଇଁ କୌଣସି ପ୍ଲାନିଂ ସେ କରିନଥିଲେ । ୨୦୦୫ରେ ଯେତେବେଳେ ସେ ୧୯ ବର୍ଷର ଥିଲେ ସେତେବେଳେ ତାଙ୍କର ଚୟନ କନେଷ୍ଟବଳ ପଦବୀ ପାଇଁ ହୋଇଥିଲା । ବର୍ତ୍ତମାନ ସେ ପ୍ରୟାଗରାଜ ହେଡକ୍ୱାର୍ଟରରେ କାର୍ଯ୍ୟରତ । ସେ କହିଛନ୍ତି କି, କନେଷ୍ଟବଳ ପଦବୀରେ କାମ କରିବା ସମୟରେ ତାଙ୍କ ମନରେ ଆହୁରୀ କିଛି କାମ କରିବାକୁ ଭାବନା ଜାଗି ଉଠିଥିଲା । ଏଥିପାଇଁ ସେ ପିସିଏସ ବନିବା ପାଇଁ ଗୁରୁତର ଭାବେ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ଯାହାର ଫଳାଫଳ ଏବେ ଆପଣ ଦେଖିପାରୁଥିବେ ।

ବଡ କଥା ହେଲା, ଶ୍ୟାମ ବାବୁ ଏଥିପାଇଁ ନା କୌଣସି କୋଚିଂ ନେଇଥିଲେ ନା ହିଁ କାହାର ସହାୟତା । ଶ୍ୟାମ ବାବୁ କୁହନ୍ତି କି, ପୁଲିସରେ ଚାକିରିର କୌଣସି ଧାର୍ଯ୍ୟ ସମୟ ସୀମା ନଥାଏ, ଏହା ଏଭଳି ଏକ ଚାକିରି ଯେଉଁଥିରେ ଆପଣଙ୍କୁ କୌଣସି ବି ସମୟରେ କାମ ପାଇଁ ଫିଲ୍ଡ ଯିବାକୁ ପଡିପାରେ । ଆଉ ଏଭଳି ପରିସ୍ଥିତିରେ ପାଠ ପଢିବା ପାଇଁ ସମୟ ବାହାର କରିବା ଅତ୍ୟନ୍ତ କଷ୍ଟକର ବିଷୟ ଥିଲା । ହେଲେ ସେ ଦିନକୁ ଯାହା ହେଲେ ବି ପାଠପଢା ପାଇଁ ୨ ଘଂଟା ସମୟ ବାହାର କରୁଥିଲେ ଆଉ ଏହି ୨ ଘଂଟା ସେ ନିଜକୁ ପାଠପଢାରେ ପୂରା ପୁରି ମଗ୍ନ କରିଦେଉଥିଲେ । ଶ୍ୟାମ ବାବୁ ୨୦୧୭ରେ ନେଟର ପରୀକ୍ଷା ଇତିହାସ ବିଷୟରେ ପାସ୍ କରିଛନ୍ତି ।
ଯୁବପିଢୀଙ୍କ ପାଇଁ ପରାମର୍ଶ

ଶ୍ୟାମବାବୁଙ୍କ ସହ ଯୋଗୀ ତାଙ୍କର ଏହି ସଫଳତାକୁ ନେଇ ବେଶ୍ ଖୁସି ଅଛନ୍ତି । ସେ କହିଛନ୍ତି କି , ମୋର ସମସ୍ତ ସହଯୋଗୀମାନେ ମୋତେ ବହୁତ ସପୋର୍ଟ କରିଛନ୍ତି । ବିଶେଷ କରି ପରୀକ୍ଷା ସମୟରେ ସଭିଙ୍କର ଭଲ ସହଯୋଗ ମିଳୁଥିଲା । ଯୁବପିଢୀଙ୍କୁ ପରାମର୍ଶ ଦେଇ ଶ୍ୟାମ କହିଛନ୍ତି କି, ଆପଣ ଜୀବନରେ ଯାହା କିଛି କରିବାକୁ ଚାହୁଁଛନ୍ତି ସେଥିପାଇଁ ପ୍ରଥମେ ସଂକଳ୍ପ ନିଅନ୍ତୁ ଏବଂ ନିଜ ଉପରେ ବିଶ୍ୱାସ ରଖନ୍ତୁ ଦେଖିବେ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ ।