ଅଅଁଳାର ଅନେକ ଫାଇଦା : ମଧୁମେହ, କିଡନି ଷ୍ଟୋନ ଭଳି ଅନେକ ସମସ୍ୟାକୁ କରେ ଦୂର

631

ପ୍ରାଚୀନ କାଳରେ ଅଅଁଳାକୁ ରୋଗର ଚିକିତ୍ସା ପାଇଁ ଏବଂ ସୌନ୍ଦର୍ଯ୍ୟ ବର୍ଦ୍ଧକ ଭାବରେ ବ୍ୟବହାର କରାଯାଉଥିଲା । ଏଥିରେ ଭିଟାମିନ୍ ସି, କ୍ୟାଲସିୟମ୍, ଫସଫରସ୍, ଆଇରନ, କେରୋଟିନ୍, ଭିଟାମିନ୍ ବି, ଫାଇବର ଏବଂ କାର୍ବୋହାଇଡ୍ରେଟ୍ ଭଳି ତତ୍ତ୍ୱ ରହିଥାଏ । ବିଶେଷ କରି ମହିଳାମାନେ କେଶକୁ ଘନ ଏବଂ ସୁନ୍ଦର କରିବା ପାଇଁ ଅଅଁଳାକୁ ବ୍ୟବହାର କରିଥାନ୍ତି । କିନ୍ତୁ ଏହାର ଆହୁରି ଅନେକ ଫାଇଦା ରହିଛି । ଆସନ୍ତୁ ଜାଣିବା ସେ ବିଷୟରେ…

୧. ଆଖି ପାଇଁ ଅଅଁଳା ବରଦାନ ସଦୃଶ । ଏଥିରେ ଥିବା ତତ୍ତ୍ୱ ଗୁଡ଼ିକ ଦୃଷ୍ଟିଶକ୍ତିକୁ ବର୍ଷ ବର୍ଷ ପର୍ଯ୍ୟନ୍ତ ସତେଜ ରଖିଥାଏ । ସକାଳୁ ଖାଲି ପେଟରେ ଅଅଁଳା ରସ ପିଇବା ଦ୍ୱାରା ଦୃଷ୍ଟିଶକ୍ତି ବଢ଼ିଥାଏ । ପ୍ରତିଦିନ ଅଅଁଳା ପାଉଡ଼ରକୁ ମହୁରେ ମିଶାଇ ଖାଇବା ଦ୍ୱାରା ମୋତିଆବିନ୍ଦୁର ସମସ୍ୟା ଦୂର ହୋଇଥାଏ ।

୨. ଯଦି ଆପଣ ମଧୁମେହ ରୋଗରେ ଆକ୍ରାନ୍ତ । ତେବେ ଆପଣଙ୍କ ପାଇଁ ଅଅଁଳା ଅତ୍ୟନ୍ତ ଲାଭଦାୟକ । ମଧୁମେହ ରୋଗୀମାନେ ଯଦି ଅଅଁଳା ରସରେ ମହୁ ମିଶାଇ ପିଅନ୍ତି । ତେବେ ଏହି ରୋଗରୁ କିଛି ମାତ୍ରରେ ଉପଶମ ମିଳିବ ।

୩. ଯଦି ଆପଣଙ୍କର ଗ୍ୟାସଟିକ୍ ସମସ୍ୟା ରହିଛି । ତେବେ ଖାଲି ପେଟରେ ଅଅଁଳା ରସ ପିଅନ୍ତୁ । ଲାଗାତାର ଅଅଁଳା ରସ ପିଇବା ଦ୍ୱାରା ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ ।

୪. ପେଟରେ ଷ୍ଟୋନର ସମସ୍ୟା ଦେଖାଗଲେ, ଅଅଁଳା ରସ ପିଇବା ଆରମ୍ଭ କରନ୍ତୁ । ଅଅଁଳା ଚୁନା ସହ ମୂଳା ମିଶାଇ ଚୋବାଇବା ଦ୍ୱାରା କିଡନିରେ ହୋଇଥିବା ଷ୍ଟୋନ ବାହାରି ଯାଇଥାଏ ।