ଚାଉଳ ସାହାଯ୍ୟରେ ଠିକ ହୋଇପାରିବ ପାଣିରେ ଓଦା ହୋଇଥିବା ଫୋନ ! ଜାଣନ୍ତୁ କିପରି . . . ?

223

ବେଳେବେଳେ ଅସାବଧାନତାବଶତଃ ଆମ ହାତରୁ ମୋବାଇଲ ଖସି ପାଣିରେ ପଡିଯାଏ । ଆଉ ସମସ୍ତେ ଜାଣନ୍ତି ବୈଦୁତିକ ଉପକରଣ ଖାସ୍ କରି ମୋବାଇଲ ପାଇଁ ପାଣି ସବୁଠାରୁ ବଡ ଶତ୍ରୁ । ଯଦି ଆପଣ ଟିକେ ସାବଧାନ ରହିବେ ତେବେ ପାଣିରେ ପଡିଥିବା ମୋବାଇଲକୁ ବଞ୍ଚାଇପାରିବେ । ଯଦି ପାଣିରେ ପଡିଥିବା ଫୋନକୁ ପାଣିରୁ ୫ ର ୮ ସେକେଣ୍ଡ ମଧ୍ୟରେ ବାହାର କରିପାରିବେ, ତେବେ ଆପଣଙ୍କ ଫୋନ ବଞ୍ଚିବାର ସମ୍ଭାବନା ଅଛି ।

ସର୍ବପ୍ରଥମେ ଫୋନରୁ ବ୍ୟାଟରୀ ବାହାର କରି ସ୍ୱିଚ ଅଫ କରି ଦିଅନ୍ତୁ । ଯେଉଁ ଫୋନରୁ ବ୍ୟାଟେରୀ ବାହାର କରି ହେବ ନାହିଁ ତାକୁ ମଧ୍ୟ ସ୍ୱିଚ ଅଫ କରିବା ଦରକାର । ଏହାସହ ଯେଉଁ ଯେଉଁ ପାର୍ଟସ ବାହାର କରାଯାଇ ପାରିବ ଯେମିତିକି ବ୍ୟାଟେରୀ, ମାଇକ୍ରୋ ଏସଡିକାର୍ଡ ଓ ସିମ କାର୍ଡକୁ ତୁରନ୍ତ ଖୋଲି ଦିଅନ୍ତୁ । ଏବେ ଫୋନକୁ କୌଣସି ସୂତା କପଡାରେ କିମ୍ବା ଟିସୁ ପେପରରେ ପୋଛି ଦିଅନ୍ତୁ । ଏପରି କରିବା ସମୟରେ ଧ୍ୟାନ ଦିଅନ୍ତୁ ଭୁଲରେ ମଧ୍ୟରେ ଫୋନକୁ ସ୍ୱିଚ ଅନ୍ କରନ୍ତୁ ନାହିଁ ।

କାରଣ ଏପରି କରିବା ଦ୍ୱାରା ଫୋନର ମଦରବୋର୍ଡ ପୁରା ନଷ୍ଟ ହେବାର ସମ୍ଭାବନା ରହିଛି । ଏବେ ଓଦା ହୋଇଯାଇଥିବା ଫୋନକୁ ଏକ ଗିନା ଚାଉଳରେ ରଖନ୍ତୁ । ଏବେ ଆପଣ ଚାଉଳ ଭିତରେ ଥିବା ମୋବାଇଲକୁ ସୂର୍ଯ୍ୟ କିରଣରେ ଏକରୁ ଦୁଇ ଘଣ୍ଟା ରଖନ୍ତୁ । ଏପରି କରିବା ଦ୍ୱାରା ଚାଉଳ ଫୋନରୁ ପାଣିକୁ ଶୋଷିନେବ ଓ ଆପଣଙ୍କ ଫୋନ ପୂର୍ବପରି କାମ କରିବ ।