ଆସନ୍ତା ୧୬ ତାରିଖରୁ +୨ ପରୀକ୍ଷା ପାଇଁ ଆରମ୍ଭ ହେବ ଫର୍ମ ଫିଲ୍-ଅପ୍ ।

103

କନକ ବ୍ୟୁରୋ: ଆସନ୍ତା ୧୬ ତାରିଖରୁ  ଆସନ୍ତା ବର୍ଷ ହେବାକୁଥିବା +୨ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ ଆରମ୍ଭ ହେବ । ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ଫିଲ୍ଅପ୍ ତାରିଖ ଗୁରୁବାର ଘୋଷଣା କରିଛନ୍ତି ସିଏଚଏସଇ କର୍ତ୍ତୁପକ୍ଷ। ଏହି ପରିପ୍ରେକ୍ଷୀରେ ଆସନ୍ତା ୧୬ରୁ ୨୬ ତାରିଖ ଯାଏଁ ବିନା କୌଣସି ଫାଇନରେ ଛାତ୍ରଛାତ୍ରୀ ଫର୍ମଫିଲଅପ କରି ପାରିବେ । ସେହିପରି ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ୫୦ଟଙ୍କା ଫାଇନ୍ ଦେଇ ଫର୍ମ ଫିଲ୍-ଅପ୍  କରି ପାରିବେ ପରୀକ୍ଷାର୍ଥୀ ।

ସେହିପରି ଡିସେମ୍ବର ୧ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ୩୫୦ ଟଙ୍କା ଫାଇନ ଦେଇ ଫର୍ମ ଫିଲଅପ କରିପାରିବେ ଛାତ୍ରଛାତ୍ରୀ ବୋଲି ଉଲ୍ଲେଖ ରହିଛି । ତେବେ ପୁରା ଫର୍ମ ଫିଲଅପ ବାବଦରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଏଗଜାମିନେସନ୍ ଫି ୧୬୫ଟଙ୍କା ରହିଥିବାବେଳେ ସେଣ୍ଟର ଚାର୍ଜ ରହିଛି ୧୨୦ ଟଙ୍କା । ସେହିପରି ଏନରୋଲମେଣ୍ଟ ଫି ୨୫ଟଙ୍କା ସହ ମାର୍କ-କମ୍-ପ୍ରୋଭିଜନାଲ୍ ସାର୍ଟିଫିକେଟ ଫି ୧୦୦ଟଙ୍କା କରାଯାଇଛି ।

ଅନ୍ୟପଟେ ସୁପର୍ଭିଜନ୍ ଫି-୩୦ଟଙ୍କା ରହିଥିବାବେଳେ କ୍ରସ୍ ଲିଷ୍ଟ ଫି ୫ଟଙ୍କା ଏବଂ ପ୍ରୋସେସିଂ ଫି ମଧ୍ୟ ୫ଟଙ୍କା ରହିଛି । ଏଗ୍ଜାମିନେସ୍ ଫର୍ମ ଫି(ଥ୍ରୀଜି) ୫ଟଙ୍କା ସହ ଫଟୋ ପ୍ରିଣ୍ଟ୍ ଫି ୨୦ଟଙ୍କା କୋଡିଂ କରାଯାଇଥିବାବେଳେ କମ୍ପ୍ୟୁଟିଂ ଫି ୨୦ଟଙ୍କା ରହିଛି । ତେବେ ସର୍ବମୋଟ୍ ୫୨୦ଟଙ୍କା ରଖାଯାଇଥିବା ସୂଚନା ମିଳିଛି ।