କାଖରେ ଶିଶୁ, ପିଠିରେ ଖାଦ୍ୟ ପୁଡ଼ିଆ: ଘର ଘର ବୁଲି ଖାଦ୍ୟ ପହଞ୍ଚାଉଛନ୍ତି ମହିଳା; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

240

କନକ ବ୍ୟୁରୋ : ମାଆ…ତା ପାଖରେ ସବୁ କିଛି ସମ୍ଭବ । ସବୁ କଷ୍ଟକୁ ପଛରେ ପକାଇ ପିଲାଙ୍କ ଖୁସି ପାଇଁ ସବୁ କିଛି କରିପାରେ ମାଆ । ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କାଖରେ ଶିଶୁ, ପିଠିରେ ଖାଦ୍ୟ ପୁଡ଼ିଆ ଧରି ଠିକଣା ଜାଗାରେ ଖାଦ୍ୟ ପହଞ୍ଚାଉଛନ୍ତି ମହିଳା । ସାଥିରେ ୨ ପିଲାଙ୍କୁ ଧରି ଘରକୁ ଘର ବୁଲିି ଖାଦ୍ୟ ଯୋଗାଉଛନ୍ତି ।

ପିଲାଙ୍କର ଯତ୍ନ ନେବା ପାଇଁ ଘରେ କେହି ନଥିବାରୁ ସେ ନିଜେ ୨ ପିଲାଙ୍କୁ ସାଥିରେ ଧରି ନିଜର କାମ କରନ୍ତି । ଜଣେ ବ୍ଲଗର ମହିଳାଙ୍କ ସଂଘର୍ଷ ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ମହିଳାଙ୍କ କାମକୁ ଜୋରଦାର ପ୍ରଶଂସା କରାଯାଇଛି । ଜମାଟୋ ଏହି ଭିଡିଓକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି । ମହିଳାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛି । ୨ ଶିଶୁଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବ ବୋଲି କହିଛି । ଏହି ମହିଳା କେଉଁ ସ୍ଥାନର ତାହା ସ୍ପଷ୍ଟ ଜଣାପଡ଼ିନାହିଁ ।