‘ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ନସମ୍ଭାଳିଲେ କ’ଣ ହେବ’? କଂଗ୍ରେସକୁ ନେଇ ଗେହଲଟ୍ କହିଲେ ଏଭଳି କଥା

271

କନକ ବ୍ୟୁରୋ: ସାରା ଦେଶରେ କଂଗ୍ରେସ କର୍ମକର୍ତ୍ତାଙ୍କ ଭାବନାକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ପଦକୁ ଗ୍ରହଣ କରିବା ଉଚିତ୍ । ଯଦି ରାହୁଲ ଅଧ୍ୟକ୍ଷ ନହୁଅନ୍ତି ତେବେ ସାରା କଂଗ୍ରେସ ଦଳର କର୍ମୀଙ୍କ ପାଇଁ ଏହା ଅତ୍ୟନ୍ତ ନିରାଶାଜନକ ହେବ । ସେମାନେ ଘରେ ବସିଯିବେ । ଫଳରେ ଦଳର ନାହିଁନଥିବା କ୍ଷତି ହେବ ବୋଲି ଗେହଲଟ୍ କହିଛନ୍ତି ।

କଂଗ୍ରେସକୁ ଖବ୍ ଶୀଘ୍ର ମିଳିପାରେ ଅଧ୍ୟକ୍ଷ ପଦ । ଯଦିଓ ଏହି ପଦକୁ ନେଇ ଦଳରେ ମାନସ ମନ୍ଥନ ଚାଲିଛି, ହେଲେ ଏହି ପଦ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି ରାହୁଲ ଗାନ୍ଧୀ । ଏହାକୁ ନେଇ ନିରାଶାରେ ଅଛନ୍ତି କଂଗ୍ରେସ କର୍ମୀ । ପୁରା ଦଳ ରାହୁଲଙ୍କ ଅଧ୍ୟକ୍ଷ କରିବାକୁ ସହମତି ପ୍ରକାଶ କରିଥିବା କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ।

୨୦୧୭ରେ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ଅଧ୍ୟକ୍ଷ କରାଯାଇଥିଲ । ହେଲେ ୨୦୧୯ରେ ଲୋକସଭା ନିର୍ବାଚନରେ ଦଳର ଦୁର୍ଗତି  ପରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ନିଜେ ସୋନିଆ ଗାନ୍ଧୀ ଅନ୍ତରୀଣ ଅଧ୍ୟକ୍ଷା ପଦ ସମ୍ଭାଳି ଅସୁଛନ୍ତି ।