କ୍ରିକେଟରୁ ସନ୍ୟାସ ନେବା ପରେ ଏବେ ଚାକିରି ଖୋଜୁଛନ୍ତି ଯୁବରାଜ ! ଦରମାରେ ନାଖୁସ୍ ହୋଇ ଛାଡୁଛନ୍ତି ଗୋଟିଏ ପରେ ଗୋଟିଏ ବଡ ଅଫର, ଦେଖନ୍ତୁ ଭିଡିଓ

10,897

ଭାରତର ୨୦୦୭, ଟି-୨୦ ବିଶ୍ୱକପ ଏବଂ ୨୦୧୧ କ୍ରିକେଟ୍ ବିଶ୍ୱକପ ବିଜୟରେ ହିରୋ ସାଜିଥିବା ଯୁବରାଜ ସିଂହ କ୍ରିକେଟ ଜଗତରୁ ସନ୍ୟାସ ନେବା ପରେ ଏବେ ଚାକିରି ଖୋଜୁଛନ୍ତି । ଯୁବରାଜ ସିଂ ଏବେ ନିଜ ସିଭି ଧରି ଚାକିରି ସନ୍ଧାନରେ ବାହାରି ପଡିଛନ୍ତି । ଆଉ ଇଂଟରଭିୟୁ ମଧ୍ୟ ଦେଉଛନ୍ତି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ପ୍ରକୃତ ଘଟଣାଟି ହେଲା, ପୂର୍ବତନ ଭାରତୀୟ କ୍ରିକେଟର ତଥା ଯୁବରାଜ ସିଂ ହଟଷ୍ଟାର ସ୍ପେଶାଲରେ ଆସୁଥିବା ୱେବସିରିଜ ‘ଦ ଅଫିସ ଇଣ୍ଡିଆ’ରେ ଏବେ ଅଭିନୟ କରୁଥିବାର ନଜର ଆସୁଛନ୍ତି । ଯେଉଁଥିରେ ସେ ଚଡ୍ଡାଜୀଙ୍କ ଅଫିସରେ ଚାକିରି ପାଇଁ ଯାଇଛନ୍ତି ଆଉ ଇଂଟରଭିୟୁ ମଧ୍ୟ ଦେଉଛନ୍ତି । ଏହି େଓବସିରିଜରେ ଯୁବରାଜ ସିଂ ଏବଂ ଚଡ୍ଡାଜୀ ଙ୍କ ମଧ୍ୟରେ ବେଶ୍ କିଛି ସମୟ ବାର୍ତ୍ତାଳାପ ହୁଏ । ଯାହାକି ବହୁତ ରୋଚକ ଅଟେ । ଯଦିଓ ପରବର୍ତ୍ତୀ ସମୟରେ ଯୁବରାଜଙ୍କୁ ଚଡ୍ଡାଜୀ ପସନ୍ଦ ଆସନ୍ତି ନାହିଁ ଏବଂ ଯୁବରାଜ ତାଙ୍କ ପାଖରେ କାମ କରିବାକୁ ରୋକ୍ ଠୋକ୍ ମନା କରିଦିଅନ୍ତି ।

ତେବେ ଏହି ଇଂଟରଭିୟୁରେ ଚଡ୍ଡାଜୀ ଯିବରାଙ୍କୁ ପ୍ରଶ୍ନ କରନ୍ତି କି, ଆପଣ ଏଯାବତ୍ କଣ କଣ ସବୁ ବିକ୍ରି କରିଛନ୍ତି ଆଉ ଚଡ୍ଡାଜୀଙ୍କର ଏହି ପ୍ରଶ୍ନର ଉତର ମଧ୍ୟ ୟୁଭି ବେଶ୍ କୌତୁହଲ ଢଙ୍ଗରେ ଦେଇଛନ୍ତି । ସେ କୁହନ୍ତି କି, ମୁଁ ଏଯାବତ୍ ଗାଡି, ଚକୋଲେଟ, ଟୁଥପେଷ୍ଟ, ଫ୍ରିଜ, ଏପରିକି ଇନସ୍ୟୁରାନ୍ସ ମଧ୍ୟ ବିକି ସାରିଛି । ତେବେ ଯୁବରାଜଙ୍କଠାରୁ ଏଭଳି ଉତର ପାଇଁ କଣ ରହିଥିଲା ଚଡ୍ଡାଜୀଙ୍କ ରିଆକ୍ସନ ଦେଖନ୍ତୁ ଏହି ଭିଡିଓରେ —