ଧୂର୍ତ ପ୍ରେମିକ, ଠକ ସ୍ୱାମୀ ! ୨ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଅନ୍ତରଙ୍ଗ ମୃହୁର୍ତ୍ତର ଦୃଶ୍ୟ ଭାଇରାଲ କରିବାକୁ ଧମକ, ଅଭିଯୁକ୍ତକୁ ଖୋଜୁଛି ପୁଲିସ

44

କନକ ବ୍ୟୁରୋ : ସୋସିଆଲ ମିଡିଆ ମାଧ୍ୟମରେ ପରିଚୟ । ଏହା ପରେ ସଂପର୍କ ବଢିଲା ଏବଂ ବିବାହ ବି ହେଲା । ଏକ ସମୟରେ ରାଜଧାନୀର ଦୁଇ ଦୁଇ ଜଣ ଯୁବତୀଙ୍କ ସହ ଏପରି ସଂପର୍କ ରଖିଥିଲା ଧୂର୍ତ ପ୍ରେମିକ । ଅନ୍ୟପଟେ ସେମାନଙ୍କର ଅନ୍ତରଙ୍ଗ ମୂହୁର୍ତର ଭିଡିଓକୁ ଭାଇରାଲ କରିଦେବା ଭୟ ଦେଖାଇ ସେମାନଙ୍କ ପାଖରୁ ହଡପ କରିନେଇଥିଲା ଲକ୍ଷ ଲକ୍ଷ ଟଙ୍କା । ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ । ପୁଣି ସାମ୍ନାକୁ ଆସିଲା ଧୋକାବାଜ ପ୍ରେମିକର କାହାଣୀ ।

ଦୁଇ ଯୁବତୀଙ୍କ ଗୋଟିଏ ଅଭିଯୋଗ । କଳାକନା ବୁଲାଇଛି କଳାକାର ପ୍ରେମିକ । ଫେସବୁକରୁ ଚାଟିଙ୍ଗ । ଚାଟିଙ୍ଗରୁ ପ୍ରେମ । ପ୍ରେମରୁ ଡେଟିଙ୍ଗ । ସେଲଫି, ଭିଡିଓ ଆଉ କେତେ କଣ । ଏସବୁ ପରେ ବିବାହର ପ୍ରତିଶୃତି ଆଉ ତାପରେ ବାହାଘର ବି ହୋଇଗଲା । ଏସବୁ ଭିତରେ ପ୍ରେମିକ ଚଲାଇଥିଲା ତାର ସଇତାନ ବୁଦ୍ଧି । ରସିକିଆ ପ୍ରେମିକ ସହ ଫଟୋ ଉଠାଇବା ଯେମିତି ଯୁବତୀଙ୍କ ପାଇଁ କାଳ ହୋଇଗଲା । ଫଟୋକୁ ନେଇ ଆରମ୍ଭ ହୋଇଗଲା ବ୍ଲାକମେଲିଂ । ଫଟୋ ସହ ଅନ୍ତରଙ୍ଗ ମୁହୁର୍ତର ଭିଡିଓ ଭାଇରାଲ କରିବା ପାଇଁ ଆସିଲା ଧମକ । ଟଙ୍କା ଦିଅ ନହେଲେ ସୋସିଆଲ ମିଡିଆରେ ଭାଇରାଲ ହୋଇଯିବ ଭିଡିଓ ।

facebookପ୍ରଥମେ ଜଣେ ଯୁବତୀଙ୍କୁ ୨୦୧୬ ଫେବୃୟାରୀରେ ପୁରୀର ଏକ ମନ୍ଦିରରେ ବିବାହ କରିଥିଲା ଧୋକାବାଜ୍ ପ୍ରେମିକ । ଯୁବତୀ ଜଣକ କିଛି ନ ବୁଝିପାରି ଫଶିଯାଇଥିଲେ ଯୁବକର ଚଳ୍ରବ୍ୟୁହରେ । ଆଉ ଠିକ ବର୍ଷକ ପରେ ଅର୍ଥାତ ୨୦୧୭ ଜାନୁଆରୀ ଅନ୍ୟ ଜଣେ ଯୁବତୀଙ୍କୁ ଭୁବନେଶ୍ୱରର ଏକ ମନ୍ଦିରରେ ବିବାହ କରିଥିଲା । ଆଉ ହନିମୁନ୍ ନାଁରେ ପୁରୀ ନେଇ ଏକ ହୋଟେଲର ରଖିଥିଲା । କୋଲଡ୍ରିଙ୍ଗସରେ ନିଶା ଦେଇ, ଯୁବତୀ ମାନଙ୍କର ଅନ୍ତରଙ୍ଗ ମୁହୁର୍ତର ଭିଡିଓ ନିଜ ମେବାଇଲରେ କଏଦ କରିନେବା ସହ ଆରମ୍ଭ କରିଥିଲା ବ୍ଲାକମେଲ । ଟଙ୍କା ନଦେଲେ ବଜାରରେ ଭିଡ଼ିଓ ବୁଲିବ ବୋଲି ଯୁବତୀଙ୍କୁ କହିଥିଲା ଧୋକାବାଜ ପ୍ରେମିକ ।

ଦାବି ମୁତାବିକ ଟଙ୍କା ମଧ୍ୟ ମିଳିଥିଲା ଯୁବକଙ୍କୁ । କିନ୍ତୁ ଏହାପରେ ଯୁବତୀଙ୍କୁ ଲକ୍ଷ ଲକ୍ଷ ଟଙ୍କା ଚୁନା ଲଗାଇ ଫେରାର ହୋଇଯାଇଥିଲା ଯୁବକ । ଏନେଇ ଯୁବତୀ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି । ପୋଲିସ କହିବା ଅନୁଯାୟୀ, ଯୁବତୀଙ୍କ ଅଭିଯୋଗ ଆଧାରରେ ତଦନ୍ତ ହେଉଛି ଖୁବଶୀଘ୍ର ଏହି କଳାକାର ପ୍ରେମିକ ପୋଲିସ ହାତକୁ ଆସିବ ବୋଲି ପୋଲିସ କହିଛି । ଲକ୍ଷ ଲକ୍ଷ ଟଙ୍କା ଚୂନା ଲଗାଇବା ପରେ ସେ ଏବେ ରାଜ୍ୟ ବାହାରକୁ ଚାଲିଯାଇଥିବା ପୁଲିସ ସନ୍ଦେହ କରୁଛି ।