ମୋଦିଙ୍କ ପାଖରେ ରହିଛି ଚୀନକୁ ରୋକିବାର କ୍ଷମତା ! ଭାରତର ପ୍ରଧାନମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ମାନନ୍ତି ଜି ଜିନପିଙ୍ଗ

58

ଚୀନ ଓ ଭାରତ ମଧ୍ୟରେ ଚାଲିଥିବା ଡୋକଲାମ ବିବାଦ ଉପରେ କଡ଼ା ନଜର ରଖିଛି ଆମେରିକା । ଆମେରିକୀୟ ଚୀନ ବିଶେଷଜ୍ଞ ବୋନୀ ଗ୍ଲେସର କହିଛନ୍ତି, ଚୀନର ରାଷ୍ଟ୍ରପତି ଜି ଜିନପିଙ୍ଗ୍ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏପରି ଜଣେ ନେତା ମାନନ୍ତି, ଯିଏ ଭାରତର ହିତ ପାଇଁ ସବୁବେଳେ ତତ୍ପର । ମୋଦି ଚୀନକୁ ରୋକିବା ପାଇଁ ଅନ୍ୟ ଦେଶ ମାନଙ୍କ ସହ ମିଶି କାମ କରିବା ପାଇଁ ଚାହାନ୍ତି ବୋଲି ଜିନପିଙ୍ଗ ଭାବନ୍ତି । ବୋଧହୁଏ ଏହି କଥାକୁ ନେଇ ଜିନିପିଙ୍ଗ ଏବେ ଚିନ୍ତାରେ ।

ଏକ ଗବେଷଣା ଅନୁସାରେ ବୋନି ଗ୍ଲେସର କହିଛନ୍ତି ଚୀନକୁ ରୋକିବା ପାଇଁ ମୋଦି ଅନ୍ୟ ଦେଶ ମିଶି କାମ କରିବା ପାଇଁ ଇଚ୍ଛୁକ । ଯେଉଁ ଦେଶମାନଙ୍କ ସହ ଭାରତ ମିଶି ତା’ର ଶକ୍ତି ବଢ଼ାଇବା ପାଇଁ ଚାହୁଁଛି, ସେହି ଦେଶମାନଙ୍କ ମଧ୍ୟରେ ଆମେରିକା ଓ ଜାପାନର ଗରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବୋନି ଗ୍ଲେସର କହିଛନ୍ତି ଭାରତ ସହ ଲଗାତାର ଖରାପ ସମ୍ପର୍କ ଯୋଗୁଁ ଚୀନକୁ କୌଣସି ଫାଇଦା ହେଉନଥିବାର ଦେଖାଯାଉ ନାହିଁ ।

ଟାଇମ୍ସ ଅଫ ଇଣ୍ଡିଆରେ ଛପିଥିବା ଖବର ଅନୁସାରେ କିଛି ସମୟ ପୂର୍ବରୁ ଯେତେବଳେ ଜି ଜିନପିଙ୍ଗ ଦିଲ୍ଲୀ ଆସିଥିଲେ, ସେତେବଳେ ତାଙ୍କୁ ଲାଗିଥିଲା ମୋଦ ଚୀନ ବିରୋଧରେ ଯିବେ ନାହିଁ । କିନ୍ତୁ ତାଙ୍କର ଏପରି ଭାବିବା ଭୁଲ ପ୍ରମାଣିତ ହେଲା । କାରଣ ଭାରତ ଲଗାତାର ଚୀନକୁ ବିରୋଧ କରିଥିଲା, ଯାହା ଦକ୍ଷିଣ ଚୀନ ସାଗର ମାମଲାରେ ଦେଖିବାକୁ ମିଳିଥିଲା । ଗ୍ଲେସର ୧୯୯୭ରେ ଚୀନରେ ରକ୍ଷା ବଭାଗର ବିଶେଷ ସମିତିର ସଦସ୍ୟ ଥିଲେ ।

ଗ୍ଲେସର କହିଛନ୍ତି ଚୀନ, ଭାରତକୁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ । ଲମ୍ବା ସମୟ ଧରି ଭାରତ ସହ ବିବାଦ ଭବିଷ୍ୟତରେ ଚୀନ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଜି ଜିନପିଙ୍ଗ ଭାବୁଛନ୍ତି । ତାଙ୍କ କହିବା ଅନୁସାରେ ବର୍ତ୍ତମାନ ସମୟର ବଡ଼ ଚିନ୍ତା ହେଲା ଭାରତ ଅନ୍ୟ ଦେଶ ସହ ସନ୍ଧି କରିଛି, ଯାହାଦ୍ୱାରା ସେ ଏସିଆରେ ଚୀନକୁ ମହାନ ଶକ୍ତିର ରାଷ୍ଟ୍ର ହେବାରେ ବାଟ ଓଗାଳୁଛିି । ଭାରତୀୟ ସେନା ଚୀନ ପାଇଁ ବିପଦ ହୋଇପାରେ ବୋଲି ଚୀନ ଚିନ୍ତା କରୁନାହିଁ । କିନ୍ତୁ ରାଜନୈତିକ ଦୃଷ୍ଟିିକୋଣରୁ ଭାରତ ଚୀନ ପାଇଁ ବିପଦ ସୃଷ୍ଟି କରିପାରେ ।

ସୂଚନାଯୋଗ୍ୟ ଚୀନ ସହ ଭାରତର ସୀମା ବିବାଦ ପାଖାପାଖି ଏକ ମାସରୁ ଅଧିକ ହୋଇଗଲାଣି । ଏଥି ମଧ୍ୟରେ ବିଜେପି ସରକାରର ୩ ମନ୍ତ୍ରୀ ମଧ୍ୟ ଚୀନ ଯାଇଥିଲେ, କିନ୍ତୁ ସୈନ୍ୟ ଗତିରୋଧ ଉପରେ କୌଣସି ପ୍ରଭାବ ପଡ଼ିଲା ନାହିଁ । ଅନ୍ୟପଟେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଚୀନ ଯାଇଥିଲେ, କିନ୍ତୁ ଏଥିରେ ମଧ୍ୟ କିଛି ସମାଧାନର ବାଟ ଖୋଲିଲା ନାହିଁ ।