ଦିଲ୍ଲୀରୁ ବାହାରି ହରିଦ୍ୱାରରେ ପହଁଚିଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା । ଦେଶ ପାଇଁ ଜିତିଥିବା ପଦକକୁ ଗଙ୍ଗାରେ ଭସାଇବାକୁ ନେଲେ ନିଷ୍ପତି

123

କନକ ବ୍ୟୁରୋ : ଦିଲ୍ଲୀରୁ ବାହାରି ହରିଦ୍ୱାରରେ ପହଁଚିଛନ୍ତି ଆନ୍ଦୋଳନରତ କୁସ୍ତିଯୋଦ୍ଧା । ଏଠାରେ ପହଁଚି ଦେଶ ପାଇଁ ଜିତିଥିବା ପଦକକୁ ଗଙ୍ଗାଜଳରେ ଭସାଇବାକୁ ଜିଦରେ ଅଡି ରହିଛନ୍ତି କୁସ୍ତିଯୋଦ୍ଧା । କୁସ୍ତିଯୋଦ୍ଧା କହିଛନ୍ତି ବେଶ ପରିଶ୍ରମ ସହ ଦେଶ ପାଇଁ ପଦକ ଆଣିଥିଲୁ । କିନ୍ତୁ ତାଙ୍କ ସହ ଅନ୍ୟାୟ ହେଉଛି କିନ୍ତୁ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଗଙ୍ଗାରେ ପଦକ ଭସାଇବା ପରେ ଇଣ୍ଡିଆଗେଟରେ ଧାରଣା ଆରମ୍ଭ କରିବେ ବୋଲି କହିଛନ୍ତି କୁସ୍ତିଯୋଦ୍ଧା । ଏଥିସହ ସେମାନେ ଅଭିଯୋଗ କରିଛନ୍ତି ମେ ୨୮ ତାରିଖରେ ଶାନ୍ତିପୂର୍ଣ୍ଣ ଧାରଣା କରିବା ସତ୍ୱେ ସେମାନଙ୍କୁ ଦିଲ୍ଲୀ ପୁଲିସର ବର୍ବରତା ସହିବାକୁ ପଡିଲା । ହାଜତକୁ ଉଠାଇ ନିଆଗଲା । ଏଫଆଇଆର ରୁଜୁ କଲା । ଜନ୍ତରମନ୍ତରରେ ବସିବାକୁ ବାରଣ କରାଯାଇଛି । ମହିଳା କୁସ୍ତିଯୋଦ୍ଧାଙ୍କ ସହ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଯୌନଶୋଷଣ କରିଥିବା ଅଭିଯୋଗ ଆଣି ଦେଢମାସ ହେବ ଆନ୍ଦୋଳନ କରୁଛନ୍ତି କୁସ୍ତିଯୋଦ୍ଧ। । ବ୍ରିଜଭୂଷଣକଙ୍କୁ ଗିରଫ, ପଦରୁ ହଟାଇବାକୁ ଏମାନଙ୍କ ଦାବି ରହିଛି । ସେପଟେ ମିଳିତ ଜାତିସଂଘ କୁସ୍ତିଯୋଦ୍ଧାଙ୍କ ସମର୍ଥନ ଜଣାଇ ଜୁନ ୧ରେ ଦେଶବ୍ୟାପି ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି । ଅନ୍ୟପଟେ ବିଭିନ୍ନ କ୍ଷେତ୍ରର ଜଣାଶୁଣା ବ୍ୟକ୍ତି ପଦକ ଗଙ୍ଗାରେ ନଭସାଇବା ପାଇଁ ଟୁଇଟ କରି ଅପିଲ କରିଛନ୍ତି ।