ଶ୍ରୀମନ୍ଦିରରେ ବ୍ୟବହାର ହେବ ସାତ୍ୱିକ ରେଶମ ବସ୍ତ୍ର: ବଦଳିବ ମହାପ୍ରଭୁଙ୍କ ଗୀତଗୋବିନ୍ଦ ଖଣ୍ଡୁଆ ପାଟର ପ୍ରସ୍ତୁତି ପ୍ରଣାଳୀ

461

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ବ୍ୟବହାର ହେବ ସାତ୍ୱିକ ରେଶମ ବସ୍ତ୍ର । ବଦଳିବ ମହାପ୍ରଭୁଙ୍କ ଗୀତଗୋବିନ୍ଦ ଖଣ୍ଡୁଆ ପାଟର ପ୍ରସ୍ତୁତି ପ୍ରଣାଳୀ । ବିନା ଜୀବ ହତ୍ୟାରେ ସଂଗ୍ରହ ରେଶମରେ ମହାପ୍ରଭୁଙ୍କ ଗୀତଗୋବିନ୍ଦ ଖଣ୍ଡୁଆ ପାଟ ପ୍ରସ୍ତୁତ ହେବ । ହସ୍ତତନ୍ତ ନିର୍ଦ୍ଦେଶାଳୟ ସହଯୋଗରେ ନୂତନ ଓ ବୈଜ୍ଞାନିକ ଶୈଳୀରେ ଏହା ତିଆରି ହେବ । ପରୀକ୍ଷାମୂଳକ ଭାବେ ପ୍ରଥମେ ରେଶମ ପୋକକୁ ନମାରି ୮୮ ମିଟର ଲମ୍ବର ଗୀତ ଗୋବିନ୍ଦ ପାଟ ପ୍ରସ୍ତୁତ କରାଯାଇଛି ।

ବିନା ଜୀବ ହତ୍ୟାରେ ସଂଗ୍ରହ ରେଶମରେ ମହାପ୍ରଭୁଙ୍କ ଗୀତଗୋବିନ୍ଦ ଖଣ୍ଡୁଆ ପାଟ ପ୍ରସ୍ତୁତ ହେବ । ହନ୍ତତନ୍ତ ନିର୍ଦ୍ଦେଶାଳୟ ସହଯୋଗରେ ନୂତନ ଓ ବୈଜ୍ଞାନିକ ଶୈଳୀରେ ପ୍ରସ୍ତୁତ ରେଶମ ସୂତାରୁ ଖଣ୍ଡୁଆପାଟ ପ୍ରସ୍ତୁତ କରାଯିବ । ପରୀକ୍ଷାମୂଳକ ଭାବେ ପ୍ରଥମେ ରେଶମ ପୋକକୁ ନମାରି ୮୮ ମିଟର ଲମ୍ବର ଗୀତ ଗୋବିନ୍ଦ ପାଟ ପ୍ରସ୍ତୁତ କରାଯାଇଛି । ସୋମବାର ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହାର ଏକ ନକଲ ଉପସ୍ଥାପନା କରାଯାଇଛି । ଏନେଇ ସୂଚନା ଦେଇଛନ୍ତିି ମୁଖ୍ୟ ଶାସନ ସଚିବ ତଥା ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଦୀପ ଜେନା ।

ପୂର୍ବରୁ ଲକ୍ଷ ଲକ୍ଷ ରେଶମ ପୋକକୁ ମାରି ସେଥିରୁ ସୂତା ବାହାର କରାଯାଉଥିଲା । ଆଉ ସେହି ରେଶମ ସୂତାରୁ ମହାପ୍ରଭୁଙ୍କ ଅତି ପ୍ରିୟ ଗୀତଗୋବିନ୍ଦ ଖଣ୍ଡୁଆପାଟ ପ୍ରସ୍ତୁତ ହେଉଥିଲା । କିନ୍ତୁ ଏଣିକି ରେଶମ ପୋକକୁ ନମାରି, ଏହାକୁ କାଢ଼ି, ତାର ଖୋସାରୁ ରେଶମ ବାହାର କରିବାକୁ ବ୍ୟବସ୍ଥା କରାଯାଇଛି । ଯାହାକୁ ରାଜ୍ୟ ହସ୍ତତନ୍ତ ବିଭାଗ ବି ଗ୍ରହଣ କରିଛି । ଆଉ ପ୍ରଦର୍ଶିତ ହୋଇଥିବା ଖଣ୍ଡୁଆପାଟକୁ ମହାପ୍ରଭୁଙ୍କ ଲାଗି କରିବା ପାଇଁ ପରିଚାଳନା କମିଟି ସହମତି ପ୍ରକାଶ କରିଛି । କାହିଁ କେଉଁ କାଳରୁ ମହାପ୍ରଭୁଙ୍କୁ ଗୀତଗୋବିନ୍ଦ ଖଣ୍ଡୁଆପାଟ ଲାଗି ହୋଇ ଆସୁଛି । ରେଶମ ସୂତାରୁ ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଏହି ଖଣ୍ଡୁଆ ପାଟ ପ୍ରସ୍ତୁତ କରିଥାନ୍ତି କାରିଗର ।