ଆକ୍ସନମୋଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ପୂଜା ପାଠ, ପ୍ରେସମିଟ,ରୋଡ ଶୋରୁ କେଜ୍ରିୱାଲଙ୍କ ଶକ୍ତି ପ୍ରଦର୍ଶନ । ଦିଲ୍ଲୀ, ପଂଜାବରେ ମାରାଥନ ପ୍ରଚାର ଆରମ୍ଭ ।

152

କନକବ୍ୟୁରୋ: ଜେଲରୁ ଅନ୍ତରୀଣ ଜାମିନ ପାଇବାପରେ ଆକ୍ସନମୁଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।ଶନିବାର ମନ୍ଦିରରେ ପହଁଚି ଇଶ୍ୱରଙ୍କ ଆର୍ଶୀବାଦ ନେଇ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ୫ମ ପର୍ଯ୍ୟାୟରେ ଦିଲ୍ଲୀ ପାଇଁ ପଡିବ ଭୋଟ । ହାତରେ ସମୟ କମ, ସେପଟେ ବିଳମ୍ବରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଏଭଳି ସ୍ଥିତିରେ କେଜିୱାଲ କିପରି ବାଲାନ୍ସ କ୍ୟାମ୍ପେନ କରୁଛନ୍ତି ଦେଖିବାକୁ ବେଶ ରୋଚକ ହେବ

ଦିନ ୧୧ଟାରେ ମନ୍ଦିରରେ ପୂଜାପାଠ । ଦିନ ୧ଟାରେ ପାର୍ଟି ଅଫିସରେ ପ୍ରେସମିଟ୍ । ଅପରାହ୍ଣ ୪ଟାରେ ଦକ୍ଷିଣ ଦିଲ୍ଲୀରେ ରୋଡ଼ ଶୋ’ । ସଂଧ୍ୟା ୬ରେ ପୂର୍ବ ଦିଲ୍ଲୀରେ ମେଗା ରାଲି । ଇଏ ଥିଲା କେଜ୍ରିୱାଲଙ୍କ ଫାଷ୍ଟ ଡେ ଫାଷ୍ଟ ଶୋ । ଯେଉଁଠି ଦେଶରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ସରିଲାଣି ଓ ପରବର୍ତୀ ୪ଟି ପର୍ଯ୍ୟାୟ ପାଇଁ ପ୍ରଚାର ଚାଲିଛି ସେଠି ବିଳମ୍ବରେ ହେଉ ପଛେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଏଟ୍ରିଂ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ଅନ୍ତରୀଣ ଜାମିନ ପାଇଁ ଶୁକ୍ରବାର ଜେଲରୁ ମୁକୁଳିଥବା କେଜ୍ରିୱାଲଙ୍କୁ ଆକ୍ସନମୁଡରେ ଦେଖିବାକୁ ମିଳିଛି ।

ପ୍ରଶ୍ନ ଉଠୁଛି ଜେଲରୁ କିଛି ଦିନ ପାଇଁ ବାହାରକୁ ଆସଥିବା କେଜ୍ରିୱାଲଙ୍କ ଉପରେ ଏବେ ସମସ୍ତଙ୍କ ନଜର । ଦଳର ମୁଖିଆ ପ୍ରଚାର ମଇଦାନକୁ ଓହ୍ଲାଇସାରିଛନ୍ତି ତେବେ ପ୍ରଶ୍ନ ଉଠୁଛି

ସମୟ କମ, ଚ୍ୟାଲେଂଜ ବଡ଼
କେଜ୍ରିୱାଲ କିଭଳି ବାଲାନ୍ସ କ୍ୟାମ୍ପେନ କରିବେ?
କମ ସମୟରେ ମଜଭୂତ ପ୍ରଚାର କିଭଳି କରିବେ?
ଆମ ଆଦମୀ ପାର୍ଟିର ରଣନୀତି କ’ଣ ରହିବ?
ଦିଲ୍ଲୀରେ ୪:୩ ଫର୍ମୁଲା
ଦିଲ୍ଲୀରେ ୭ ଲୋକସଭା ଆସନ ରହିଛି
ଆପ ୪ ଓ କଂଗ୍ରେସ ୩ ଆସନରେ ଲଢ଼ିବେ
ଗୁଜରାଟରେ ୨୪:୨ ଫର୍ମୁଲା
ଗୁଜରାଟର ୨୬ ଆସନରୁ ଆମ ଆଦମୀ ପାର୍ଟି ୨ଟି ଓ କଂଗ୍ରେସ ୨୪ ଓ ଆସନରେ ଲଢ଼ିବାକୁ ଘୋଷଣା କରିଛନ୍ତି
ଭରୁଚ, ଭାବନଗର ୨ଟି ଆସନରେ ଆପ୍ ପ୍ରତିଦ୍ୱନ୍ଦ୍ୱିତା କରିବ

ହରିଆଣାରେ ୯:୧ ଫର୍ମୁଲା
ହରିଆଣାର ୧୦ ଲୋକସଭା ଆସନରୁ ଆପ କେବଳ ଗୋଟିଏ ଆସନ କୁରୁକ୍ଷେତ୍ରରୁ ପ୍ରତିଦ୍ୱନ୍ଦ୍ୱିତା କରିବ ଓ କଂଗ୍ରେସ ୯ ଆସନରେ ଲଢ଼ିବ ।

ଆମ ଆଦମୀ ପାର୍ଟିର ମୁଖିଆ ପ୍ରଚାର ମଇଦାନକୁ ଓହ୍ଲଇବା ଓ କଂଗ୍ରେସ ସହ ମେଂଟକୁ ସହଜରେ ଗ୍ରହଣ କରିପାରିନି ବିଜେପି । ଦିଲ୍ଲୀ ଜନତାଙ୍କୁ ସମ୍ବୋଧିତ କରି ଭୋଟଭିକ୍ଷା କରିବା ସହ ତାଙ୍କ ଗିରଫକୁ ଏକ ନିର୍ବାଚନୀ ପ୍ରସଙ୍ଗ କରି ସେ ଅନୁକମ୍ପାର ରାଜନୀତି କରୁଥିବା ବିଜେପି କହିଛି । କିଛି ରାଜ୍ୟପାଇଁ ଆପ ମେଂଟ କରିଥିବବେଳେ ପଂଜାବର ୧୩ଟି ଆସନରୁ ଏକାକୀ ଲଢ଼ିବାକୁ ଦଳ ଘୋଷଣା କରିସାରିଛି । ଏବେ ପ୍ରଶ୍ନ ଉଠୁଛି କେଜ୍ରିୱାଲଙ୍କ ପାଖରେ କେବଳ ୨୧ଦିନ ସମୟ ରହିଛି । ଜୁନ ୨ରେ ପୁଣି ଜେଲକୁ ଫେରିଯିବା ପରେ ଆମ ଆଦମୀ ପାର୍ଟିର ଆଗାମୀ ଆଭିମୁଖ୍ୟ କଣ ରହୁଛି