୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ । କେମିତି ରହିବ ପାଣିପାଗ, ତା’ ଉପରେ ରହିଛି ନଜର । ଗ୍ରୀଷ୍ମପ୍ରବାହର ଆଶଙ୍କା ନାହିଁ

97

କନକବ୍ୟୁରୋ: ଚଳିତ ନିର୍ବାଚନରେ ଭୋଟ ହାର ହ୍ରାସ ପାଇବା ଚିନ୍ତା ବଢାଇ ଥିବା ବେଳେ ଏପ୍ରିଲ ଓ ମେ’ ମାସର ତାତି କିଛି ମାତ୍ରାରେ ଦାୟୀ ବୋଲି ମତ ପ୍ରକାଶ ପାଇଛି । ଦିନକ ପରେ ଓଡ଼ିଶାରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ମତଦାନ । ୧୩ ତାରିଖରେ କିପରି ପାଣିପାଗ ରହିବ, ତା’ ଉପରେ ରହିଛି ସମସ୍ତଙ୍କ ନଜର । କେତେବେଳେ ଅସହ୍ୟ ତାତି ତ କେତେବେଳେ କାଳବୈଶାଖୀ । ଏହା ବ୍ୟତିବ୍ୟସ୍ତ କରି ପକାଉଛି ଜନଜୀବନକୁ ।

ଏପଟେ ମେ’ ମାସରେ ନିର୍ବାଚନ, ଯାହା ଚିନ୍ତାକୁ ଆହୁରି ବଢାଇ ଦେଇଛି । ଓଡ଼ିଶାରେ ୧୩ ତାରିଖରେ ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ । ୪ ଲୋକସଭା ଓ ଏହା ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ର ପାଇଁ ମତାଧିକାର ସାବ୍ୟସ୍ତ କରିବେ ଭୋଟର ।

ଏ ହେଉଛି ୧୩ ତାରିଖର ପାଣିପାଗ ମ୍ୟାପ । ଆଂଚଳିକ ପାଣିପାଗ କେନ୍ଦ୍ରର ଆକଳନ – ୧୭ ଜିଲ୍ଲାରେ ବର୍ଷା ହେବ । ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେଥିରେ ରହିଛି ଗଂଜାମ, କୋରାପୁଟ, ରାୟଗଡ଼ା ଜିଲ୍ଲା । ତେବେ କୌଣସି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ଆଶଙ୍କା ନାହିଁ ।

ତେଣୁ ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ପାଣିପାଗ ଅନୁକୂଳ ରହିବ ବୋଲି ପୂର୍ବାନୁମାନ କରାଯାଇଛି । କିଛି ଦିନ ହେଲା ତାପମାତ୍ରାରେ ସାମାନ୍ୟ ବ୍ରେକ ଲାଗିଛି । କାଳବୈଶାଖୀ କାରଣରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୩ରୁ ୫ଡିଗ୍ରୀ କମ ରହିଛି । ତେବେ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଗାମୀ ୫ ଦିନ ପାଇଁ କିଛି ସ୍ଥାନରେ ବର୍ଷା ହେବା ନେଇ ସୂଚନା ରହିଛି ।