ମହାକାଶରୁ ବି ଝଲସୁଛି ଷ୍ଟାଚ୍ୟୁ ଅଫ୍ ୟୁନିଟି ! ସାଟେଲାଇଟ ନେଟୱର୍କ ପ୍ଲାନେଟ୍ ଜାରି କଲା ଫଟୋ ।
କନକ ବ୍ୟୁରୋ : ଚର୍ଚ୍ଚାରେ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ । ବ୍ୟବସାୟିକ ସ୍ୟାଟେଲାଇଟ ନେଟୱାର୍କ ‘ପ୍ଲାନେଟ୍’ ପକ୍ଷରୁ ଏପରି ଏକ ଫଟୋ ଜାରି କରାଯାଇଛି । ଯାହାକୁ ଗତ ନଭେମ୍ବର ୧୫ ତାରିଖରେ ମହାକାଶରୁ ଉତ୍ତୋଳିତ କରାଯାଇ ସେୟାର କରାଯାଇଛି । ବିଶ୍ୱର ସର୍ବୋଚ୍ଚ ୧୮୨ ମିଟର ବା ୫୯୭ ଫୁଟ ଉଚ୍ଚର ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ଏହି ଫଟୋକୁ ଲୋକ ବେଶ ପସନ୍ଦ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତ ଅକ୍ଟୋବର ୩୧ ତାରିଖରେ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୩ ତମ ଜନ୍ମ ତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିଥିଲେ । ୨ ହଜାର ୯୮୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବୋଞ୍ଜ ପ୍ରତିକୃତି ଆମେରିକାର ଷ୍ଟାଚ୍ୟୁ ଅଫ ଲିବର୍ଟି ଠାରୁ ୨ ଗୁଣ ଉଚ୍ଚ । ଷ୍ଟାଚ୍ୟୁ ଅଫ୍ ୟୁନିଟି ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଅଟେ । ଏହାର ଉଚ୍ଚତା ୧୮୨ ମିଟର ତଥା ୫୯୭ ଫୁଟ ଅଟେ । ଏହି ଷ୍ଟାଚ୍ୟୁକୁ ଦେଖିବାକୁ ଦୂର ଦୂରାନ୍ତରରୁ ଲୋକମାନେ ଛୁଟି ଆସୁଛନ୍ତି ।