ଖବର ସଂଗ୍ରହ ବେଳେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର । ଫୋନ ଛଡ଼ାଇ ନେଇ ଦାଦାଗିରି ଦେଖାଇଲେ ମେଡ଼ିକାଲ ସୁରକ୍ଷାକର୍ମୀ

160

କନକ ବ୍ୟୁରୋ: ସାଲେଭଟାରେ ବୃଦ୍ଧଙ୍କୁ ପୋଲିସର ଥାର୍ଡ ଡିଗ୍ରୀ ଟର୍ଚ୍ଚର ଘଟଣାର ସଂଗ୍ରହ ପାଇଁ ଯାଇଥିବାବେଳେ କନକ ନ୍ୟୁଜର ମହିଳା ସାମ୍ବାଦିକାଙ୍କୁ ଦୁର୍ବବ୍ୟହାର ଅଭିଯୋଗ । ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜର ସିକ୍ୟୁରିଟି ଗାର୍ଡ ଦୁର୍ବ୍ୟବହାର କରାଯିବା ସହ ମୋବାଇଲ୍ ଫୋନ ଛଡ଼ାଇ ନିଆଯାଇଥିବା ଅଭିଯୋଗ ହୋଇଛି ।

ସାଲେଭଟା ଫାଣ୍ଡିରେ ଜଣେ ବୃଦ୍ଧଙ୍କୁ ପୁଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ପୁଲିସର ଥାର୍ଡ ଡିଗ୍ରୀ ବୃଦ୍ଧ ଜଣଙ୍କ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ହସପିଟାଲର ଆଇସିୟୁରେ ଭର୍ତି କରାଯାଇଥିଲା । ଖବର ସଂଗ୍ରହ ପାଇଁ ପହଁଚିଥିଲେ କନକ ନ୍ୟୁଜ୍ର ପ୍ରତିନିଧି ଜ୍ୟୋତ୍ସ୍ନାରାଣୀ ଦାଶ । ସେଠାରେ ତାଙ୍କୁ ସିକୁୃ୍ୟରିଟି ଗାର୍ଡ ଅଟକାଇବା ସହ ତାଙ୍କ ମୋବାଇଲ ଫୋନ ଛଡ଼ାଇ ନେଇଥିବା ଅଭିଯୋଗ । ଖବର ସଂଗ୍ରହ କରିବାକୁ ଗଲାବେଳେ ସାମ୍ବାଦିକାଙ୍କ ଫୋନ୍ ଛଡାଇନେଇଥିଲେ ସୁରକ୍ଷାକର୍ମୀ । ପ୍ରତିବାଦରେ ମଡେଲ ପୁଲିସ ଷ୍ଟେସନ ଆଗରେ ଧାରଣାରେ ବସିଥିଲେ ସାମ୍ବାଦିକ । ପ୍ରତିବାଦ ପରେ ରାତି ପ୍ରାୟ ସାଢେ ୧୨ରେ ମୋବାଇଲ ଫେରାଇଥିଲେ ମେଡିକାଲର ସୁରକ୍ଷାକର୍ମୀ ।