ବିଜେଡି ଛାଡିଲେ କରଞ୍ଜିଆ ପୂର୍ବତନ ବିଧାୟକ ବିଜୟ କୁମାର ନାଏକ । ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା ।

113

କନକ ବ୍ୟୁରୋ: ବିଜେଡି ଛାଡିଲେ କରଞ୍ଜିଆ ପୂର୍ବତନ ବିଧାୟକ ବିଜୟ କୁମାର ନାଏକ । ସମର୍ଥକଙ୍କ ଗହଣରେ ଏକ ପ୍ରେସମିଟ୍ କରି ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି । ଦଳ ତାଙ୍କୁ ଅଣଦେଖା କରିବାରୁ ବିଜେଡି ଛାଡିବାକୁ ବାଧ୍ୟ ହୋଇଥିବା କହିଛନ୍ତି ବିଜୟ ନାଏକ । ଚଳିତ ନିର୍ବାଚନରେ ସେ କରଞ୍ଜିଆ ଆସନରୁ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି ପ୍ରେସମିଟରେ ଘୋଷଣା କରିଛନ୍ତି ।

ଏହାସହ ବିଜୟ ନାଏକ କହିଛନ୍ତି, ୨୦୧୯ ନିର୍ବାଚନ ଓ ୨୦୨୨ ପଞ୍ଚାୟତ ନିର୍ବାଚନରେ ଦଳ ପକ୍ଷରୁ ଦିଆଯାଇଥିବା ସମସ୍ତ ଦାୟିତ୍ୱ ସୂଚାରୁ ରୁପେ ତୁଳାଇଥିଲେ । ଚଳିତ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ପ୍ରତିଶ୍ରୁତି ଦେଇ ଶେଷ ମୁହୂର୍ତରେ ଅନ୍ୟ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲା । ତେଣୁ କର୍ମୀ ଓ ଶୁଭେଚ୍ଛୁଙ୍କ ନିଷ୍ପତିକୁ ସମ୍ମାନ ଜଣାଇ ସେ ସ୍ୱାଧିନ ଭାବେ ଲଢିବେ ବୋଲି ବିଜୟ ନାଏକ କହିଛନ୍ତି । ୨୦୦୯ ଓ ୨୦୧୪ରେ ବିଜେଡି ଟିକେଟରେ କରଞ୍ଜିଆରୁ ଦୁଇ ଦୁଇ ଥର ନିର୍ବାଚିତ ହୋଇଥିଲେ ବିଜୟ ।