ଅର୍ଚ୍ଚନା ମାମଲା : ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳିଙ୍କୁ ଇଡିର ମାରାଥନ ଜେରା; ଆଜି ଆଉ କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ କରାଯାଇପାରେ ପଚରାଉଚରା

85

କନକ ବ୍ୟୁରୋ : ଅର୍ଚ୍ଚନା ନାଗ ମାମଲାରେ ଇଡିର ଦ୍ୱିତୀୟ ଦିନର ଜେରା ସରିଛି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଜେରା କରିଛନ୍ତି ପ୍ରବର୍ତନ ନିର୍ଦ୍ଦେଶାଳୟ । ଅକ୍ଷୟ ପରିଜାକୁ ଲଗାତାର ଦ୍ୱିତୀୟ ଦିନ ଲାଗି ୧୨ ଘଣ୍ଟା ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ୧୪ ଘଣ୍ଟା ପାଇଁ ଜେରା କରିଛି ଇଡି । ଉଭୟଙ୍କୁ ଇଡି ଅଧିକାରୀ ଗୁଡାଇତୁଡାଇ ପ୍ରଶ୍ନ କରିଛନ୍ତି । ଅକ୍ଷୟ-ଶ୍ରଦ୍ଧାଞ୍ଜଳିଙ୍କୁ ଗୋଟିଏ ଟେବୁଲରେ ଜେରା କରାଯାଇଛି ।

ଜେରାବେଳେ ଶ୍ରଦ୍ଧାଞ୍ଜଳି କାନ୍ଦିଥିବା ଜଣାଯାଇଛି । ଦୀର୍ଘ ସପ୍ତାହେ ହେଲା ଇଡିକୁ ଧରାଛୁଆଁ ନଦେଇ ଚକମା ଦେଉଥିଲେ ଶ୍ରଦ୍ଧାଞ୍ଜଳି । ୨୫ଟି ଲୋକେସନ୍ ବଦଳାଇବା ପରେ ହୋଟେଲରେ ଯାଇ ସମନ କରିଥିଲା ଇଡି । ସପ୍ତାହେ ହେଲା ଇଡିର ସ୍ୱତନ୍ତ୍ର ଟିମ୍ ଶ୍ରଦ୍ଧାଞ୍ଜଳିଙ୍କ ପିଛା କରୁଥିଲା । ଜେରା ପରେ ଶ୍ରଦ୍ଧାଞ୍ଜଳି ବାହାରିଥିଲେ ବି ମିଡିଆକୁ କିଛି କହିନଥିଲେ । ୧୨ ଘଣ୍ଟାର ଜେରା ପରେ ବାହାରିବାହେଳେ ଅକ୍ଷୟ ପରିଜା କହିଛନ୍ତି, ଇଡି ଯାହା ତଥ୍ୟ ମାଗିଛି ତାହା ଦେଇଛି ।