ରାଜ୍ୟରେ ବଢୁଛି ଶୀତର ପ୍ରଭାବ : ୧୦ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା

103

କନକ ବ୍ୟୁରୋ : ରାଜ୍ୟରେ ଧିରେ ଧିରେ ଶୀତର ପ୍ରଭାବ ବଢିବାରେ ଲାଗିଛି । ବିଶେଷକରି ଆଭ୍ୟନ୍ତରିଣ ଓଡ଼ିଶାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ରାଜ୍ୟରେ ତାପମାତ୍ରା ଏବେ ୧୦ ଡିଗ୍ରୀ ତଳକୁ ଖସିଆସିଥିବା ବେଳେ ସୁନ୍ଦରଗଡ଼ କିରେଇଠାରେ ତାପମାତ୍ରା ୯ ଦଶମିକ୍ ୫ ଡିଗ୍ରୀ ରେକର୍ଡ କରାଯାଇଛି ।

ଓଡ଼ିଶାର ୧୯ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । କନ୍ଧମାଳ ଜିଲ୍ଲା ଜି ଉଦୟଗିରିରେ ତାପମାତ୍ରା ୧୦ ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗବାଡି ଓ ଫୁଲବାଣୀରେ ୧୦ ଦଶମିକ୍ ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସମ୍ବଲପୁର ଚିପିଲିମାରେ ୧୦ ଦଶମିକ ୮ ଡିଗ୍ରୀ ରହିଥିବା ବେଳେ କୋରାପୁଟ ସେମିଳିଗୁଡାରେ ୧୦ ଦଶମିକ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର ଏବଂ କଟକରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି । ଭୁବନେଶ୍ୱରରେ ରାତି ତାପମାତ୍ରା ୧୪ ଦଶମିକ୍ ୫ ଡିଗ୍ରୀ ରହିଥିବା ବେଳେ କଟକ ୧୫ ଡିଗ୍ରୀ ରେକର୍ଡ କରାଯାଇଛି ।