ବିଜେପିରେ ସାମିଲ ହେବେ କି ଧୋନୀ ? ଶାହାଙ୍କ ସହ ସାକ୍ଷାତ ପରେ ବଢିଲା ଚର୍ଚ୍ଚା

162

କ୍ରିକେଟ୍ ଦୁନିଆରେ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା କ୍ୟାପ୍ଟେନ୍ କୁଲ୍ ଏବେ ଆଉ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । କୁହାଯାଉଛି ମହେନ୍ଦ୍ର ସିଂ ଧୋନୀ ଆଗକୁ ବିଜେପିରେ ସାମିଲ ହୋଇ ନିର୍ବାଚନ ମୈଦାନକୁ ଓହ୍ଲାଇବେ । ଏକଥା ସେତେବେଳେ ଚର୍ଚ୍ଚାକୁ ଆସିଛି ଯେତେବେଳେ ମହେନ୍ଦ୍ର ସିଂ ଧୋନୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ହାତ ମିଳାଇବାର ଏକ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋକୁ ଦେଖିବା ପରେ ଧୋନୀ ବିଜେପିରେ ସାମିଲ ହେବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଭାଇରାଲ ହେଉଥିବା ଫଟୋରେ ଅମିତ ଶାହାଙ୍କ ସହ ଧୋନୀ ହାତ ମିଳାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏମଏସ୍ ଧୋନୀ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।