ଅର୍ଚ୍ଚନା ନାଗ ମାମଲାରେ ଇଡିର ତନାଘନା । ହାଜର ହେଲେ ଅର୍ଚ୍ଚନାଙ୍କ ବାପା ।

625

କନକ ବ୍ୟୁରୋ: ଇଡି ଅଫିସରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବାପା । ଅର୍ଚ୍ଚନାଙ୍କ ବାପାଙ୍କ ସାମ୍ନାରେ ତାଙ୍କ ମୋବାଇଲକୁ ଖୋଲି ଯାଞ୍ଚ କରୁଛନ୍ତି ସାଇବର ବିଶେଷଜ୍ଞ ଟିମ୍ । ଅର୍ଚ୍ଚନାଙ୍କ ବାପା, ମାଆ, ଜଗବନ୍ଧୁଙ୍କ ଭାଇ, ଖଗେଶ୍ୱରଙ୍କ ୨ଟି ମୋବାଇଲ ହୋଇଛି ସିଜ । ଆଜି ଅର୍ଚ୍ଚନାଙ୍କ ବାପା ସାମ୍ନାରେ ତାଙ୍କ ମୋବାଇଲ ଖୋଲି ଡିଲିଟ ହୋଇଥିବା ଡାଟା ରିକଭର କରିବା ପାଇଁ ଉଦ୍ୟମ କରାଯାଇଛି । ସେପଟେ ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ ଅର୍ଚ୍ଚନାଙ୍କ ବାପା, ମାଆ, ଜଗବନ୍ଧୁଙ୍କ ଭାଇଙ୍କୁ ସମନ ପଠାଯାଇଛି । ଅନ୍ୟପଟେ ସକାଳୁ ଖଗେଶ୍ୱରଙ୍କୁ ଇଡିର ମାରାଥନ ଜେରା ଚାଲିଛି । ଲକ୍ ଥିବା ଖଗେଶ୍ୱରଙ୍କ ୨ଟି ମୋବାଇଲ ଖୋଲି ଯାଞ୍ଚ କରିଛନ୍ତି ସାଇବର ବିଶେଷଜ୍ଞ ଦଳ । ଖଗେଶ୍ୱର ଚାଟିଙ୍ଗ୍ ଡିଲିଟ୍ ହୋଇଛି । ମୋବାଇଲ ଥିବା ଫଟୋ ଓ ଭିଡିଓ ଡିଲିଟ ହୋଇଛି । ସେସବୁକୁ ରିକଭରି ପାଇଁ ଉଦ୍ୟମ କରୁଛି ବିଶେଷଜ୍ଞ ଟିମ୍ । ମୋବାଇଲରୁ ଅର୍ଚ୍ଚନାଙ୍କ କଳା କାରନାମାର ଗୁମର ଖୋଲିବ ।