କଂଗ୍ରେସର ଭାରତ ଯୋଡ ଯାତ୍ରାରେ ଯୋଗ ଦେଲେ ଯୋଗେନ୍ଦ୍ର ଯାଦବ । ଦଳରେ ମିଶିବା ନେଇ କହିଲେ ଏଭଳି କଥା

668

କନକ ବ୍ୟୁରୋ : ଜାତୀୟ କଂଗ୍ରେସ ପକ୍ଷରୁ ଏବେ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତ ଯୋଡ ଯାତ୍ରାର ଡାକରା ଦିଆଯାଇଛି । ଏହି ଯାତ୍ରାର ଚତୁର୍ଥ ଦିନରେ ଆଜି ରାହୁଲ ଗାନ୍ଧୀଙ୍କ ସହ ଦେଖିବାକୁ ମିଳିଛି ସ୍ୱାରାଜ ଇଣ୍ଡିଆର ନେତା ତଥା ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ । କଂଗ୍ରେସ ପାର୍ଟିର ଭାରତ ଯୋଡ ଯାତ୍ରାରେ ଯୋଗଦେବା ପରେ ସେ କଂଗ୍ରେସରେ ଯୋଗ ଦେବେ କି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତରରେ ଯୋଗେନ୍ଦ୍ର କହିଛନ୍ତି କି ଦଳରେ ମିଶିବା ପରର କଥା ହେଲେ ଦେଶକୁ ଭାଙ୍ଗିବ ଲୋକଙ୍କ ସହ ନୁହେଁ ବରଂ ଦେଶକୁ ଯୋଡିବାକୁ ଚେଷ୍ଟା କରୁଥିବା ଲୋକଙ୍କ ସହ ଠିଆ ହେବାର ଆବଶ୍ୟକତା ରହିଛି । ଆସନ୍ତାକାଲି ଯଦି କଂଗ୍ରେସ ବ୍ୟତୀତ ଅନ୍ୟ କୌଣସି ପାର୍ଟି ଦେଶକୁ ଯୋଡିବାକୁ ପ୍ରୟାସ କରନ୍ତି ତେବେ ସେମାନଙ୍କ ସହ ଠିଆ ହେବାକୁ ମୁଁ କୁଣ୍ଠାବୋଧ କରିବି ନାହିଁ ବୋଲି ଯୋଗେନ୍ଦ୍ର କହିଛନ୍ତି ।

ସେପଟେ ଭାରତ ଯୋଡ ଯାତ୍ରାକୁ ନେଇ ଯୋଗେନ୍ଦ୍ର କହିଛନ୍ତି କି, ସମସ୍ତ ବିରୋଧୀଦଳମାନେ ସରକାରଙ୍କ ଚ୍ୟାଲେଞ୍ଜ କରିପାରିବେ । ଏହି କ୍ରମରେ ପ୍ରଥମେ କଂଗ୍ରେସ ଭାରତ ଯୋଡ ଯାତ୍ରାର ଶୁଭାରମ୍ଭ କରିଛି । ଏହି କାରଣରୁ ସେ ଯୋଗ ଦେଇଥିବା କଥା କହିଛନ୍ତି । ଏହାସହ ଯଦି ଦେଶକୁ ରକ୍ଷା କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ କ୍ଷମତାରେ ଥିବା ଶାସକ ଦଳକୁ କ୍ଷମତାରୁ ହଟାଇବାକୁ ପଡିବ । ସେପଟେ ଦେଶରେ ଯେଭଳି ଧର୍ମକୁ ନେଇ ଅଶାନ୍ତି ସୃଷ୍ଟି କରାଯାଉଛି ସେଥିରୁ ରକ୍ଷା ପାଇବା ପାଇଁ ଭାରତ ଯୋଡ ଯାତ୍ରା ଏକ ବଡ ପଦକ୍ଷେପ ।