ଚୋରି ହୋଇଗଲା ଜଗନ୍ନାଥଙ୍କ ହୁଣ୍ଡି । କାଳିଆ ଟଙ୍କାକୁ ବି ଛାଡିଲେ ନାହିଁ ଦୁର୍ବୃତ

101

କନକ ବ୍ୟୁରୋ : ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଚୋରି । ନବରଙ୍ଗପୁର ଜିଲ୍ଲା ଝରୀଗାଁ ଜଗନ୍ନାଥ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରିଛନ୍ତି ଦୁର୍ବୃତ । ଜଗନ୍ନାଥ ମନ୍ଦିର ପୂଜକ ସକାଳୁ ମନ୍ଦିର ଖୋଲିବାକୁ ଯାଇଥିବା ବେଳେ ମୁଖ୍ୟ ଦ୍ୱାରର ତାଲା କଟାଯାଇଥିବା ଦେଖିଥିଲେ । ମନ୍ଦିରରୁ ଚୋରି ହୋଇଥିବା ସନ୍ଦେହ କରି ମନ୍ଦିର କମିଟିକୁ ଜଣାଇଥିଲେ । ପରେ ମନ୍ଦିର ଭିତରେ ହୁଣ୍ଡି ନଥିବା ଦେଖିବାକୁ ମିଳିଥିଲା । ଖୋଜାଖୋଜି ପରେ ହୁଣ୍ଡିଟି ରୋଷେଇ ଘର ପଛପଟେ ରଖାଯାଇଥିବା ବେଳେ ହୁଣ୍ଡିର ତାଲା ଭାଙ୍ଗି ସମସ୍ତ ଟଙ୍କା ଚୋରି ହୋଇ ଯାଇଛି । ଦୁଇ ବର୍ଷ ହେବ ହୁଣ୍ଡି ଖୋଲା ଯାଇନଥିବା ବେଳେ ହୁଣ୍ଡିରେ ଆନୁମାନିକ ପଚାଶ ହଜାରରୁ ଉର୍ଦ୍ଧ ଟଙ୍କା ଥିବା କହିଛନ୍ତି ମନ୍ଦିର ପୂଜକ । ଝରିଗାଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।