କୋଭିଡ୍ ମୃତ୍ୟୁର ହିସାବକୁ ନେଇ ବିବାଦ ବଢ଼ାଇଲା ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ

ଭାରତରେ ସରକାରୀ ଭାବେ ଯେତିକି ଦର୍ଶାଯାଇଛି ତାଠାରୁ ୧୦ଗୁଣା ଅଧିକ ମୃତ୍ୟୁ ହୋଇଥିବା ପ୍ରକାଶ । ପ୍ରତିବାଦ ଜଣାଇଲା ଭାରତ କହିଲା । ହୁର ଆକଳନ ତ୍ରୁଟିପୂର୍ଣ୍ଣ

128

କନକ ବ୍ୟୁରୋ : ପୁଣି ଥରେ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦ ସୃଷ୍ଟି ହୋଇଛି । ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି, କୋଭିଡ୍ ମୃତ୍ୟୁକୁ ନେଇ ସରକାରୀ ଭାବେ ଯେଉଁ ସଂଖ୍ୟା ଦର୍ଶାଯାଇଛି ,ପ୍ରକୃତ ସଂଖ୍ୟା ତାଠାରୁ ଢ଼େର ଅଧିକ । ସାରା ବିଶ୍ୱରେ କୋଭିଡରେ ଯେତିକି ଲୋକ ମରିଛନ୍ତି ବୋଲି କୁହାଯାଉଛି, ବାସ୍ତବ ସଂଖ୍ୟା ତାଠାରୁ ପ୍ରାୟ ତିନି ଗୁଣ ଅଧିକ ।

୨୦୨୦ ଜାନୁଆରୀରୁ ୨୦୨୧ ଡିସେମ୍ବର ସୁଦ୍ଧା ୫୦ଲକ୍ଷ ୪୦ ହଜାର କୋଭିଡ୍ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଦର୍ଶାଯାଇଛି । କିନ୍ତୁ ଏହି ସଂଖ୍ୟା ତିନି ଗୁଣ ଅଧିକ । ଅର୍ଥାତ ଏହି ସମୟରେ ପ୍ରକୃତରେ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା ପ୍ରାୟ ଦେଢ଼ କୋଟି । ବିଶ୍ୱରେ ଯେତିକି ମୃତ୍ୟୁ ହୋଇଛି ତାର ଏକ ତୃତୀୟାଂଶ କେବଳ ଭାରତରେ ହୋଇଛି । ଏବଂ ଭାରତରେ ସରକାରୀ ଭାବେ ଯେତିକି ମୃତ୍ୟୁ ଦର୍ଶାଯାଇଛି ଏହି ସଂଖ୍ୟା ତାଠାରୁ ପ୍ରାୟ ୧୦ଗୁଣା ଅଧିକ । ଭାରତରେ ୪ଲକ୍ଷ ୭୦ ହଜାର କୋଭିଡ୍ ମୃତ୍ୟୁ ହୋଇଥିବା କୁହାଯାଉଥିଲେ ବି ପ୍ରକୃତରେ ୪୦ଲକ୍ଷରୁ ଅଧିକ ଲୋକଙ୍କର ଜୀବନ ନେଇଛି କରୋନା ।

ହୁ’ର ଏଭଳି ଆଳକନକୁ ତୀବ୍ର ପ୍ରତିବାଦ କରିଛି ଭାରତ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, ଯେଉଁ ମଡେଲକୁ ଆଧାର କରି ହୁ’ ଏଭଳି ରିପୋର୍ଟ ପ୍ରକାଶ କରିଛି ଓ ଦାବି କରୁଛି ତାହା ତ୍ରୁଟିପୂର୍ଣ୍ଣ । ଜନସଂଖ୍ୟା ଆଧାରରେ ବେପରୁଆ ଭାବେ ଆକଳନ କରିବା ଯୋଗୁଁ ଏହି ବିବାଦ ସୃଷ୍ଟି ହୋଇଛି । ଏହି ପ୍ରସଂଗକୁ ଆଗାମୀ ଦିନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନୀତି ନିର୍ଦ୍ଧାରଣ ସଂସ୍ଥା ୱାଲର୍ଡ ହେଲଥ ଆସେମ୍ବ୍ଲିରେ ଉଠାଇବ ଭାରତ ।