ବଢ଼ୁଛି କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତଙ୍କ ମୃତ୍ୟୁ ରହସ୍ୟ ।ସାମ୍ନାକୁ ଆସିଲା ପ୍ରେମିକାଙ୍କ ସହ ହ୍ୱାଟ୍ସଆପ୍ ଚାର୍ଟର ଖବର । ମୃତ୍ୟୁ ପଛରେ ରହିଛି କି ପ୍ରେମ ସମ୍ପର୍କ?

208
  • ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ହ୍ୱାଟ୍ସଆପ୍ ଚାର୍ଟ
  • ତୁଷାରଙ୍କ ମୃତ୍ୟୁ ପଛରେ ରହିଛି କି ପ୍ରେମ ସମ୍ପର୍କ?

ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ନିଖୋଜ ହେବା ପୂର୍ବରୁ ଜଣେ ଯୁବତୀଙ୍କ ସହ ଯେଉଁ ଚାର୍ଟ କରିଥିଲେ, ତାହା ଏବେ ସାମ୍ନାକୁ ଆସିଛି । ଏହି ସବୁ ଚାର୍ଟ ଦେଖିଲେ, ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ତୁଷାରଙ୍କ ଭଉଣୀ ଏହି ମୃତ୍ୟୁ ମାମଲାରେ ଗାର୍ଲଫ୍ରେଣ୍ଡଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ।

କେବଳ ସେତିକି ନୁହେଁ ତୁଷାରକାନ୍ତ ମୃତ୍ୟୁ ଘଟଣାରେ ଅପହରଣ ଓ ହତ୍ୟା ଅଭିଯୋଗ ଆଣି କଟକ କ୍ୟାଣ୍ଟନମେଣ୍ଟ ଥାନରେ ଏତଲା ଦେଇଛନ୍ତି ତୁଷାରକାନ୍ତଙ୍କ ବାପା । କେତେ ଜଣ ତାଙ୍କୁ ଅପହରଣ କରି ହତ୍ୟା କରିବା ପରେ ତୁଷାରକାନ୍ତଙ୍କୁ ନଦୀରେ ଫିଙ୍ଗି ଦେଇଥିବା ଏତଲାରେ ଦର୍ଶାଇଛନ୍ତି । ଏପଟେ ମୃତ୍ୟୁର କାରଣ ଖୋଜୁଛି ପୁଲିସ୍ ।

ସୂଚନାଯୋଗ୍ୟ ଯେ, କଟକ ଖ୍ରୀଷ୍ଟ କଲେଜରେ ଯୁକ୍ତ ଦୁଇ ପଢ଼ୁଥିବା ତୁଷାରକାନ୍ତ ନିଖୋଜ ହୋଇଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ । ହେଲେ ଗୁରୁବାର ଦିନ କଟକ ଯୋବ୍ରା ଆନିକଟରୁ ମିଳିଥିଲା ତୁଷାରକାନ୍ତଙ୍କ ମୃତଦେହ ।