ବୁର୍ଲା ମେଡିକାଲ ଗଣ୍ଡଗୋଳ ପଛରେ କିଏ? ଏମକେସିଜି ଛାତ୍ରଙ୍କ ବସ ଭିତରକୁ କିଏ ଛାଡିଥିଲା ଧୂଆଁ?

208

କନକ ବ୍ୟୁରୋ: ବୁର୍ଲା ମେଡିକାଲ କଲେଜ ଆଗରେ ଏମକେସିଜି ଛାତ୍ରଙ୍କ ବସ ଭିତରକୁ ଧୂଆଁ ଛାଡିଦେଲେ । କିଏ ଛାଡିଲା ଅଗ୍ନିନିର୍ବାପକ ଧୂଆଁ ତାକୁ ନେଇ ଆରମ୍ଭ ହୋଇଛି ତନାଘନା । ଏବେ ଏହି ଘଟଣାରେ ଭୀମସାର ପ୍ରିନ୍ସିପାଲଙ୍କ ଏତଲା ଆଧାରରେ ଏତଲା ରୁଜୁ ହୋଇଛି । ୫ ଛାତ୍ରଙ୍କ ବୟାନ ରେକର୍ଡ କରିଛି ପୋଲିସ ।

ବୁର୍ଲା ମେଡିକାଲ କଲେଜ ଆଗରେ ଏମକେସିଜି ଛାତ୍ରଙ୍କ ବସ ଭିତରକୁ ଧୂଆଁ ଛାଡିଦେଲେ । କିଏ ଛାଡିଲା ଅଗ୍ନିନିର୍ବାପକ ଧୂଆଁ ତାକୁ ନେଇ ଆରମ୍ଭ ହୋଇଛି ତନାଘନା । ଏବେ ଏହି ଘଟଣାରେ ଭୀମସାର ପ୍ରିନ୍ସିପାଲଙ୍କ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରିଛି । ଛାତ୍ରଙ୍କୁ କିଏ ଓ କାହିଁକି ଆକ୍ରମଣ କଲା ସେ ନେଇ ତଦନ୍ତ କରିବାକୁ ଏତଲାରେ ଉଲ୍ଲେଖ କରାଯାଇଛି । ସମ୍ବଲପୁର ଏସପି ମୁକେଶ ଭାମୁ ଭାଇରାଲ ଭିଡିଓ ଆଧାରରେ ଛାତ୍ରଙ୍କୁ ଚିହ୍ନଟ କରାଯାଉଛି ବୋଲି କହିଛନ୍ତି । ୫ ଜଣ ଛାତ୍ରଙ୍କ ବୟାନ ବି ରେକର୍ଡ ହୋଇଛି । ଏବେ ପଥର ମାଡ ଓ ଧୂଆଁ ପ୍ରୟୋଗ ସମୟରେ ଯେଉଁ ଭିଡିଓ ଫୁଟେଜ ସାମ୍ନାକୁ ଆସିଛି ତାକୁ ନେଇ ପୋଲିସ ତଦନ୍ତ ଆଗକୁ ବଢିଛି ।

ଆନ୍ତଃ କଲେଜ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ଇଉଫୋରିଆ କାର୍ଯ୍ୟକ୍ରମକୁ ଏମକେସିଜି ଛାତ୍ର ଆସିଥିଲେ । ଆଉ ସବୁଠାରୁ ବଡ କଥା ହେଲା, ଗଣ୍ଡଗୋଳ ପରେ କୌଣସି ଛାତ୍ର ମୁହଁ ଖୋଲୁନାହାନ୍ତି । ତେଣୁ ଭାଇରାଲ ଭିଡିଓ ହିଁ ତଦନ୍ତର ମୁଖ୍ୟ ଆଧାର ସାଜିଛି ।

ସମ୍ବଲପୁର ବଡ ମେଡିକାଲେ ୭ ତାରିଖରୁ ୟୁଫୋରିଆ ଆରମ୍ଭ ହେବାର ଥିଲା । ପ୍ରଥମ ବ୍ୟାଚ ଭାବେ ବ୍ରହ୍ମପୁର ମେଡିକାଲ ଛାତ୍ର ମେଡିକାଲ ଆଗରେ ପଂହଚିବା ପରେ କୌଣସି କାରଣକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ବ୍ରହ୍ମପୁର ଛାତ୍ର ବସରୁ ଓହ୍ଲାଇନଥିବାବେଳେସେମାନଙ୍କ ଉପରକୁ ଅଗ୍ନିନାର୍ବାପକ ଯନ୍ତ୍ର ଜରିଆରେ ଗ୍ୟାସ ପ୍ରୟୋଗ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ କିଛି ଛାତ୍ର ଅଣନିଶ୍ୱାସୀ ହୋଇଥିଲେ ଓ ଗଣ୍ଡଗୋଳ ଆଗକୁ ବଢିଥିଲା । ବସ ଭିତରକୁ ଢେଲାପଥର ମାଡ ବି ହୋଇଥିଲା । ଘଟଣାକୁ ନେଇ ଏମକେସିଜି କର୍ତୃପକ୍ଷ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ଘଟଣାକୁ ଗୁରୁତର ସହ ନେଇଛନ୍ତି ଭିମସାର କର୍ତୃପକ୍ଷ ।

ଭିମସାରରେ ଗଣ୍ଡଗୋଳ ପରେ ଏମକେସିଜିର ଛାତ୍ର ବ୍ରହ୍ମପୁର ଫେରିଆସିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି,
ଭିମସାରରେ ବାରମ୍ବାର କିଏ ଅଶାନ୍ତି ସୃଷ୍ଟି କରୁଛି ?
ଅଣଛାତ୍ର ଏଭଳି ଗଣ୍ଡଗୋଳ କରିଛନ୍ତି କି?
ବୁର୍ଲା ଡାକ୍ତରୀ ଛାତ୍ରଙ୍କ ସହ ଥିବା ଅଣଛାତ୍ର ଏହା ପଛରେ ଥାଇପାରନ୍ତି କି?