କିଡନାପ୍ ପଛର କାରଣକୁ ନେଇ ଏବେବି ସସପେନ୍ସ ଜାରି । କୁଆଡ଼େ ଗଲେ ଅପହରଣକାରୀ?

71

କନକ ବ୍ୟୁରୋ: କିଏ ଓ କାହିଁକି କରିଥିଲା ଅମ୍ରିତ୍ଙ୍କ ଅପହରଣ? ଅମ୍ରିତ୍ ଉଦ୍ଧାର ହେବା ପରେ ପୋଲିସ ଆଗରେ ଦେଇଥିବା ବୟାନରୁ କିଛି ଏହି ପରି ପ୍ରଶ୍ନ ମନକୁ ଆସୁଛି ।

ତେବେ ସତ କଣ, ତାହା ଖୋଜୁଛି ପୋଲିସ । ନୟାଗଡର ସପ୍ତମ ଶ୍ରେଣୀର ଛାତ୍ର ଅମ୍ରିତ ନିଖୋଜ ହେବାର ୫ ଦିନ ପରେ ରହସ୍ୟମୟ ପରିସ୍ଥିତି ଭିତରେ ଏକ ନିରୋଳା ବନ୍ଦ ଘରୁ ଉଦ୍ଧାର କରାଯାଇଛି । ଅମ୍ରିତ୍ଙ୍କୁ ଉଦ୍ଧାରବେଳେ ତାଙ୍କ ହାତ ବନ୍ଧା ହୋଇ ରହିଥିଲା । ହେଲେ, ବନ୍ଦ ଘରେ ଅମ୍ରିତକୁ କିଏ ଓ କାହିଁକି ରଖିଥିଲା, ଏହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ତେବେ ଘଟଣା ପଛର ମୁଖ୍ୟ ଷଡଯନ୍ତ୍ରକାରୀ କିଏ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ଏ ନେଇ ତଦନ୍ତ କରୁଛି ନୟାଗଡ ପୁଲିସ ।