‘କାଳୀ’ ପୋଷ୍ଟର ବିବାଦ । ଟିଏମସି ସାଂସଦ ମହୁଆ ମୋଇତ୍ରା ଓ ନୁପୂର ଶର୍ମାଙ୍କୁ ନେଇ କ’ଣ କହିଲେ ଲେଖିକା ତସଲିମା ନସରିନ୍?

129

କନକ ବ୍ୟୁରୋ:ବାଂଲାଦେଶୀ ଲେଖିକା ତସଲିମା ନସରିନ୍ ‘କାଳୀ’ ପୋଷ୍ଟର ବିବାଦ ଓ ନୂପୁର ଶର୍ମାଙ୍କ ବୟାନକୁ ନେଇ ଏକ ବଡ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ସ୍ୱାଧିନତା ଉପରେ ବିଶ୍ୱାସ କରନ୍ତି ତେବେ ସେ ନୂପୁର ଶର୍ମା ଓ ମହୁଆ ମୋଇତ୍ରାଙ୍କ ମତକୁ ସମ୍ମାନ କରିବେ । ଏକାସାଙ୍ଗରେ ,ଯଦି କେହି ଅଭିବ୍ୟକ୍ତି ସ୍ୱାଧୀନତା ଉପରେ ବିଶ୍ୱାସ କରନ୍ତି ନାହିଁ ତେବେ ଉଭୟ ଦିଆଯାଇଥିବା ବିବୃତ୍ତି ଆପଣଙ୍କ ପାଇଁ ଭୁଲ ହେବ ।

ତହସିଲ ନସରିନ୍ ଆହୁରି ମଧ୍ୟ କହିଛନ୍ତି ଯେ, ‘ଅଭିବ୍ୟକ୍ତି ସ୍ୱାଧୀନତା ହିଂସାତ୍ମକ ନୁହେଁ । କାହାର ମୁଣ୍ଡ କାଟିି ପୁରସ୍କାର ଘୋଷଣା କରିବା ଦ୍ୱାରା ଆପଣ ଏହାକୁ ଫ୍ରିଡମ୍ ଅଫ୍ ସ୍ପିଚ୍ ବୋଲି କହିପାରିବେ ନାହିଁ । ଜଣଙ୍କର ମତକୁ ସମ୍ମାନ ଦେବା ଏବଂ କାହାର ବିଚାରକଚୁ ସମର୍ଥନ କରିବାର ଅଧିକାର ସମ୍ପୂର୍ଣ୍ଣ ଭିନ୍ନ କଥା । ମୁଁ ହୁଏତ ଲୋକଙ୍କ ମତ ସହ ଏକମତ ନୁହେଁ । କିନ୍ତୁ ମୁଁ ସେମାନଙ୍କ ମତ ପ୍ରକାଶ କରିବାର ଅଧିକାରକୁ ସର୍ବଦା ସମର୍ଥନ କରୁଛି ଓ କରିବି ମଧ୍ୟ । ଯଦି ସେମାନେ ମୋର ଶତ୍ରୁ ହୁଅନ୍ତୁ ନା କାହିଁକି’ ।

କହିରଖୁଁ, ଚଳଚ୍ଚିତ୍ର ‘କାଳୀ’ ପୋଷ୍ଟରକୁ ନେଇ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା କହିଥିଲେ ଯେ, କାଳୀ ମା’ ମାଂସକୁ ଭଲ ପାଆନ୍ତି । ଏବଂ ସେ ମଦ୍ୟପାନକୁ ସ୍ୱୀକାର କରନ୍ତି । ଏହା ପୂର୍ବରୁ ଇସଲାମ ଧର୍ମଗୁରୁ ମହମ୍ମଦଙ୍କ ଉପରେ ବିଜପି ନେତ୍ରୀ ନୂପୁର ଶର୍ମା ମତ ଦେଇଥିଲେ ଯାହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା ।