ପଶ୍ଚିମବଙ୍ଗରେ ପୁଣି ରାଜନୈତିକ ହିିଂସା, ବାଇକରେ ଯାଉଥିବା ବେଳେ ଟିଏମସି ନେତାଙ୍କ ସମେତ ୩ ଜଣଙ୍କୁ ହତ୍ୟା

243

କନକ ବ୍ୟୁରୋ : ଗୋଟେପଟେ ଟିଏମସି ସାଂସଦ ମହୁଆ ମୈତ୍ରୀଙ୍କ କାଳୀଙ୍କ ଉପରେ ବୟାନକୁ ନେଇ ସାରା ଦେଶରେ ଅଶାନ୍ତି ଲାଗି ରହିଥିବା ବେଳେ ଆଜି ପଶ୍ଚିମବଙ୍ଗରେ ଜଣେ ଟିଏମସି ନେତାଙ୍କ ସମେତ ୩ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଛି । ସୂଚନା ମୁତାବକ ଏହି ଘଟଣା ଦକ୍ଷୀଣ ଚବିଶ ପରଗଣା ଜିଲ୍ଲାରେ ଦେଖିବାକୁ ମିଳିଛି । ଏଠାରେ କିଛି ଅଜଣା ଲୋକ ହଠାତ ଟିଏମସି ନେତା ସ୍ୱପ୍ନ ମାଝୀଙ୍କ ବାଇକକୁ ଅଟକାଇ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଏଥିରେ ସ୍ୱପ୍ନଙ୍କ ସମେତ ବାଇକରେ ଥିବା ଅନ୍ୟ ଦୁଇଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।

କୁହାଯାଉଛି କି ଚବିଶ ପରଗଣା ଜିଲ୍ଲା କୈନିଙ୍ଗ ଠାରେ ଟିଏମସି ନେତା ସ୍ୱପ୍ନ ମାଝୀ ଓ ଅନ୍ୟ ଦୁଇଜଣ ବାଇକରେ ଯାଉଥିବା ବେଳେ ହଠାତ କିଛି ଅଜଣା ଲୋକ ସେମାନଙ୍କ ବାଇକକୁ ଅଟକାଇ ଗୁଳି ଚଳାଇଥିଲେ । ଏଥିରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସ୍ୱପ୍ନ ମାଝୀ କୈନିଙ୍ଗ ପଞ୍ଚାୟତର ସରପଞ୍ଚ ଥିଲେ । ଏହି ଘଟଣା ସକାଳ ୯ ଟା ବେଳେ ଘଟିଛି ।