ତ୍ରିନାଥ ପାତ୍ରଙ୍କ ଘରେ ଖୁସିର ଲହରି : ମାଟ୍ରିକ ପାସ କଲେ ମାଆ ଓ ପୁଅ, ଏକାଠି କଲେଜରେ ପଢିବେ ପାଠ

320

କନକ ବ୍ୟୁରୋ : ମାଟ୍ରିକ ପାସ କଲେ ମାଆ ଓ ପୁଅ । କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ପୁଜାରୀପୁଟ ଗାଁର ତ୍ରିନାଥ ପାତ୍ରଙ୍କ ଘରେ ଖୁସିର ଲହରି ଖେଳି ଯାଇଛି । ମାଟ୍ରିକ ପରୀକ୍ଷା ଦେଇଥିବା ଉଭୟ ମାଆ ଓ ପୁଅ ଏକାସାଙ୍ଗରେ ମାଟ୍ରିକ ପାସ କରିଛନ୍ତି । ପୁଅ ଆଲୋକନାଥ ପାତ୍ର ବି-୧ ଗ୍ରେଡରେ ପାସ କରିଥିବା ବେଳେ ମାଆ ଜ୍ୟୋସ୍ନା ପାଢୀ ଇ-ଗ୍ରେଡରେ ପାସି କରିଛନ୍ତି । ଆଗକୁ ଉଭୟ ମାଆ ଓ ପୁଅ ଏକାଠି କଲେଜରେ ପାଠ ପଢିବେ ବୋଲି ଜଣାପଡିଛି ।

କୌଣସି କାରଣରୁ ଜ୍ୟୋସ୍ନା ମାଟ୍ରିକ ପରୀକ୍ଷା ଦେଇପାରିନଥିଲେ । ପୁଅ ଆଲୋକ ଦଶମରେ ନାଁ ଲେଖାଇବା ପରେ ଜ୍ୟୋସ୍ନା ପୁଣି ପାଠ ପଢିବାକୁ ଆଗ୍ରହୀ ହୋଇଥିଲେ । ଆଉ ପତ୍ନୀ ଜ୍ୟୋସ୍ନାଙ୍କୁ ପଢିବାକୁ ଉତ୍ସାହିତ କରିଥିଲେ ସ୍ୱାମୀ ତ୍ରିନାଥ ପାତ୍ର । ଜ୍ୟୋସ୍ନା ଜୟପୁର ସରକାରୀ ବିଦ୍ୟାଳୟରେ ପତ୍ର ବିନିମୟ ମାଧ୍ୟମରେ ମାଟ୍ରିକ ପରୀକ୍ଷା ଦେବାକୁ ଆବେଦନ କରିଥିଲେ । ସେହିପରି ପୁଅ ଆଲୋକନାଥ ପୁଜାରୀପୁଟ ସରକାରୀ ହାଇସ୍କୁଲରେ ପଢି ଦଶମରେ ସଫଳତାର ସହ ଉତିର୍ଣ୍ଣ ହୋଇଛନ୍ତି ।