ଗରମରୁ ଶୀଘ୍ର ମିଳିବ ଆଶ୍ୱସ୍ଥି । ଦୁଇରୁ ତିନି ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ ।

166

କନକ ବ୍ୟୁରୋ : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ ୨ରୁ ୩ ଦିନ ମଧ୍ୟରେ କେରଳ ଛୁଇଁପାରେ । ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ କିଛି ସପ୍ତାହ ପୂର୍ବରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଆସାନୀ ପ୍ରଭାବକାରଣରୁ ମେ ୨୭ରେ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଅନୁମାନ କରିଥିଲା । ତେବେ ଏଥିରେ ୪ ଦିନର ମଡେଲ ଜନିତ ତୃଟି ରହିଥିଲା । ନୂଆ ସୂଚନା ଅନୁସାରେ ଦକ୍ଷିଣ ଆରବ ସାଗରର ତଳସ୍ତରରେ ପବନ ଜାରିରହିଛି । ସ୍ୟାଟେଲାଇଟ ଚିତ୍ର ଅନୁସାରେ କେରଳ ଏବଂ ଏହାସହ ସଂଲଗ୍ନ ଦକ୍ଷିଣପୂର୍ବ ଆରବ ସାଗରରରେ ବାଦଲ ଢାଙ୍କି ରଖିଛି । ତେଣୁ ଆଗାମୀ ଦୁଇରୁ ତିନି ଦିନ ଭିତରେ କେରଳରେ ମୌସୁମୀ ବର୍ଷା ଆରମ୍ଭ ହେବ ।
ସମୟ ପୂର୍ବରୁ ଆଣ୍ଡାମାନ ଛୁଇଁଥିଲା ମୌସୁମୀ ବାୟୁ
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅନେକ ସମୟ ପୂର୍ବରୁ ମେ ୧୬ରେ ଆଣ୍ଡାମାନ ନିକୋବର ଦ୍ୱୀପ ଛୁଇଁଥିଲା । ତେବେ ବାତ୍ୟା ଯୋଗୁ ଏହାର ପ୍ରଭାବ ଯୋଗୁ ଆଗକୁ ବଢିପାରିନଥିଲା ।