ଜମ୍ମୁ-କାଶ୍ମୀରର ଏକାଧିକ ସ୍ଥାନରେ ଅସ୍ତ୍ର ବର୍ଷାଉଛି ପାକିସ୍ତାନୀ ଡ୍ରୋନ୍ । NIAର ଛାନବିନ୍ ଆରମ୍ଭ

138

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଅସ୍ତ୍ର ବର୍ଷାଉଛି ପାକିସ୍ତାନୀ ଡ୍ରୋନ୍ । ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ପାଞ୍ଚଟି ଜିଲ୍ଲାରେ ଯାଞ୍ଚ ଆରମ୍ଭ କରିଛି ।

ଏହି ସବୁ ଡ୍ରୋନ୍ ଲସ୍କର-ଏ-ତୋଇବା (ଏଲଇଟି)ର ଏକ ଶାଖା ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ)ର ଏକ ପ୍ରମୁଖ ମଡ୍ୟୁଲ ଦ୍ୱାରା ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ବିସ୍ଫୋରକ ସାମଗ୍ରୀ ବିତରଣ ପାଇଁ ବ୍ୟବହାର କରାଯାଉଥିବା ସନ୍ଦେହ କରୁଛି ସେନା । ତେଣୁ ଏସବୁୁ ଡ୍ରୋନକୁ ଅବରୋଧ କରିବା ପାଇଁ ଜମ୍ମୁ, ଶ୍ରୀନଗର, କାଠୁଆ, ସାମ୍ବା ଏବଂ ଡୋଡା ଜିଲ୍ଲାର ଆଠଟି ସ୍ଥାନରେ ଏହି ଖୋଜାଖୋଜି ଆରମ୍ଭ କରିଛି ସେନା ।

ଏନଆଇଏ କହିଛି ଯେ , ଏକାଧିକ ସ୍ଥାନରେ ଛାନବିନ୍ କରାଯାଇ ବିଭିନ୍ନ ମାରଣାସ୍ତର ଜବତ କରାଯିବା ସହ ଦସ୍ତାବିଜ୍ ମଧ୍ୟ ସିଜ୍ କରାଯାଇଛି । ପାକିସ୍ତାନ ଡ୍ରୋନର ଏପରି କାର୍ଯ୍ୟରେ ସ୍ଥାନୀୟ ଲୋକେ ଅତି ଭୟଭୀତ ଅବସ୍ଥାରେ ଥିବା ଜଣାପଡିଛି ।