ରାଘବଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ସେହନାଜ୍ ଗିଲ୍, କହିଲେ..

1,457

କନକ ବ୍ୟୁରୋ : ଡ୍ୟାନ୍ସର ତଥା ହୋଷ୍ଟ ରାଘବ ଜୁଆଲଙ୍କୁ ସେହନାଜ ଡେଟ୍ କରୁଥିବାର ଜୋରଦାର ଚର୍ଚ୍ଚା । ଉଭୟ ସେଟରେ ଏକାଠି ବହୁତ ସମୟ ବିତାଇବା ସହ ଏକାଠି ଋଷିକେଷ ମଧ୍ୟ ବୁଲିବାକୁ ଯାଇଥିଲେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି । ଏବେ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ନିଜେ ସେହନାଜ୍ ।

ସେ ଏକ ଗୀତ ଲଞ୍ଚଇଭେଣ୍ଟରେ ଯୋଗ ଦେଇଥିଲେ । ଏଥିରେ ଗଣମାଧ୍ୟମ ସମ୍ମୁଖରେ କହିଥିଲେ, କାହିଁକି ଏତେ ମିଛ କଥା କୁହାଯାଉଛି ? ରାଘବଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ସେ ସେକଥା କହୁନାହାନ୍ତି ତ ବୋଲି ପ୍ରଶ୍ନ କରିଥିଲେ । ଏହାର ଜବାବରେ ସେହନାଜ କହିଥିଲେ ହଁ ଗଣମାଧ୍ୟମ ମିଛ କହୁଛି । ଯଦି ଆପଣ ଜଣଙ୍କ ସହ ଠିଆ ହୋଇଯାଉଛନ୍ତି, କି ବୁଲି ଯାଉଛନ୍ତି ତେବେ ଆପଣ କଣ ତା’ ସହ ପ୍ରେମ ସମ୍ପର୍କରେ ଅଛନ୍ତି ! ତାହାଲେ ଗଣମାଧ୍ୟମ କଣ ମିଛ କହୁନି କି !

ତେବେ ସେହନାଜ୍ ବିଗବସ୍ ସିଜିନ-୧୩ରେ ଅଂଶଗ୍ରହଣ କରିବା ସମୟରେ ଟେଲିଭିଜନ ଦୁନିଆର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ପ୍ରେମରେ ପଡିଯାଇଥିଲେ । କିନ୍ତୁ ସିଦ୍ଧାର୍ଥଙ୍କ ମୃତ୍ୟୁରେ ଭାଙ୍ଗି ପଡିଥିଲେ ସେହନାଜ । ଏବେ ସେ ସଲମାନ୍ ଖାନଙ୍କ ଫିଲ୍ମ ‘ଭାଇଜାନ’ରୁ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।