ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟାଙ୍କ ଘରେ ସିବିଆଇ ରେଡ୍ । ଦିଲ୍ଲୀ –ଏନସିଆର ସହ ୨୦ ସ୍ଥାନରେ ଛାନବିନ୍

375

କନକ ବ୍ୟୁରୋ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ର ବରିଷ୍ଠ ନେତା ମନୀଷ ସିସୋଦିୟାଙ୍କ ଘରେ ସିବିିଆଇ ଚଢଉ କରିଛି । ମନୀଷ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେବା ସହ ଏପରି କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଛନ୍ତି । ଯିଏ ଭଲ କାମ କରେ ତା’ ବିରୋଧରେ ଏପରି ଷଡଯନ୍ତ୍ର ହୁଏ ବୋଲି ସରକାରଙ୍କୁ ୁ ଟାର୍ଗେଟ କରି କହିଛନ୍ତି ମନୀଷ ।

‘ଆମେ ଦିଲ୍ଲୀ ପାଇଁ ନିଷ୍ଠାର ସହ କାମ କରୁଛୁ । ଏଠିକାର ଲକ୍ଷଲକ୍ଷ ପିଲାଙ୍କର ଭବିଷ୍ୟତ ଗଢୁଛୁ । ହେଲେ ଦୁର୍ଭାଗ୍ୟପୂର୍ଣ୍ଣ କଥା ହେଉଛି ଆମେ ଦେଶରେ ଯିଏ ଭଲ କାମ କରେ ତାକୁ ଏପରି ହଇରାଣ କରାଯାଏ । ଏଥିପାଇଁ ଆମ ଦେଶ ୧-ନମ୍ବର ହୋଇପାରୁନାହିଁ’ ବୋଲି କହିଛନ୍ତି ମନୀଷ ସିସୋଦିୟା ।

‘ଦିଲ୍ଲୀରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସବୁଠାରୁ ଭଲ ଭାବରେ କାମ କରୁଛି । ହେଲେ କିଛି ସ୍ୱାର୍ଥନ୍ୱେଷୀ ଲୋକ ଦିଲ୍ଲୀର ଏପରି ବିକାଶକୁ ସହିପାରୁନାହାଁନ୍ତି । ଏଥିପାଇଁ ଦିଲ୍ଲୀର ସ୍ୱାସ୍ଥ୍ୟ ଓ ଶିକ୍ଷା ମନ୍ତ୍ରୀଙ୍କୁ ଟାର୍ଗେଟ କରାଯାଇଛି । ହେଲେ କୋର୍ଟରେ ସବୁ ସତ ସାମ୍ନାକୁ ଆସିବ’ ବୋଲି ସିସୋଦିୟା କହିଛନ୍ତି ।