ନମାମୀ ଗଙ୍ଗା ଭଳି ପ୍ରଦୂଷଣ ମୁକ୍ତ ହେବ ମହାନଦୀ: ସଂସଦର ମିଳିତ ଅଧିବେଶନରେ ଉଦବୋଧନ ରଖିଲେ ରାଷ୍ଟ୍ରପତି

466

କନକ ବ୍ୟୁରୋ: ସଂସଦର ମିଳିତ ଅଧିବେଶନକୁ ଆଜି ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିଜର ଅଭିଭାଷଣରେ ସରକାରଙ୍କ ବିକାଶର ଗୋଲାପୀ ଚିତ୍ର ରଖିଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି, ଦେଶ ବଦଳୁଛି । ଅଧିକ ସଂଖ୍ୟକ ମହିଳା ଲୋକସଭାକୁ ନିର୍ବାଚିତ ହେବା ଏହା ଦର୍ଶାଉଛି । ସମସ୍ତଙ୍କ ବିକାଶର ଲକ୍ଷ୍ୟ ନେଇ କାମ କରୁଛନ୍ତି ସରକାର । ଏହାସହ ନମାମି ଗଙ୍ଗା ଭଳି ମହାନଦୀକୁ ପ୍ରଦୂଷଣ ମୁକ୍ତ କରାଯିବ ।

ମହାମହିମ ରାଷ୍ଟ୍ରପତି କହିଛନ୍ତି ଯେଦେଶର ବିଭିନ୍ନ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ସର୍ବଦା ପ୍ରୟାସରତ । ନମାମି ଗଙ୍ଗେ ଯୋଜନାରେ ଗଙ୍ଗା ନଦୀକୁ ଛଡା ଯାଉଥିବା ଆବର୍ଜନାକୁ ବନ୍ଦ କରାଯିବ । ଗଙ୍ଗା ନଦୀ ଭଳି ସରକାର କାବେରୀପେରିୟାରନର୍ମଦାଯମୁନାମହାନଦୀ ଏବଂ ଗୋଦାବରୀ ଭଳି ଅନ୍ୟ ନଦୀକୁ ପ୍ରଦୂଷଣରୁ ମୁକ୍ତ କରାଯିବ । ନୂଆ ଭାରତରେ ବିକାଶର ଲାଭ ସମାଜର ସମସ୍ତ ବର୍ଗଙ୍କ ପାଖରେ ପହଂଚିବ । ୨୦୨୨ ସୁଦ୍ଧା ସରକାର ନୂଆ ଭାରତ ନିର୍ମାଣ ଲକ୍ଷ୍ୟ ହାସଲ କରିବେ । ସମାଜର ଶେଷ ବ୍ୟକ୍ତି ଯାଏଁ ବିକାଶ ପହଁଚାଇବା ହେଉଛି ସରକାରଙ୍କ ଲକ୍ଷ୍ୟ । କୃଷକ, ମହିଳା ଓ ଯୁବବର୍ଗଙ୍କ ପାଖରେ ବିକାଶ ପଂହଚିବ । ଛୋଟ ବ୍ୟବସାୟୀଙ୍କ ପାଇଁ ପେନସନ ବ୍ୟବସ୍ଥା ଲାଗୁ ହେବ । ଏହାଦ୍ୱାରା ୩ କୋଟି ଛୋଟ ବ୍ୟବସାୟୀ ଲାଭବାନ ହେବେ । ୨୦୨୪ ଯାଏଁ ଭାରତ ଏକ ଦୃଢ ଅର୍ଥବ୍ୟବସ୍ଥା ହେବ । ରାଜ୍ୟ ସହିତ ମିଶି ବ୍ୟବସାୟକୁ ଅଧିକ ସରଳ କରାଯିବ । ସେହିଭଳି ଜିଏସଟିକୁ ସରଳ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ସମ୍ବିଧାନର ଧାରା ୮୭ଅନୁସାରେ ଲୋକସଭା ଅଧିବେସନ ଆରମ୍ଭରୁ ରାଷ୍ଟ୍ରପତି ସଂସଦର ମିଳିତ ଅଧିବେସନକୁ ସମ୍ବୋଧନ କରନ୍ତି । ରାଷ୍ଟ୍ରପତି ଭବନରୁ ସଂସଦକୁ ଏହି ଯାତ୍ରା ସ୍ୱତନ୍ତ୍ର ବ୍ୟବସ୍ଥା ଅନୁସାରେ ହୋଇଥାଏ । ଅଶ୍ୱାରୋହି ଓ ରାଷ୍ଟ୍ରପତି ଭବନର ସ୍ୱତନ୍ତ୍ର ସୁରକ୍ଷାକର୍ମୀଙ୍କ ଗହଣରେ ସଂସଦକୁ ଆସନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଏହି ଅଭିଭାଷଣରେ ସାଧାରଣତଃ ସରକାରଙ୍କ କାର୍ଯ୍ୟକ୍ରମ ଓ ନୀତି ସମ୍ପର୍କରେ ଆଭିମୁଖ୍ୟ ରହିଥାଏ । ପୂର୍ବ ବର୍ଷ ମାନଙ୍କରେ ସରକାରଙ୍କ ସଫଳତା ଓ ଆଗାମୀ ବର୍ଷରେ ସରକାରଙ୍କ ଯୋଜନା ସମ୍ପର୍କରେ ରାଷ୍ଟ୍ରପତି ଅଭିଭାଷଣ ରଖିଥାନ୍ତି ।

ରାଷ୍ଟ୍ରପତି ଅଭିଭାଷଣ ପରେ ସରକାରୀ ଦଳ ସଂସଦ ଦୁଇ ସଦନରେ ଧନ୍ୟବାଦ ପ୍ରସ୍ତାବ ଆଗତ କରନ୍ତି । ଏହି ଧନ୍ୟବାଦ ପ୍ରସ୍ତାବ ଉପରେ ଦୁଇ ସଦନ ଲୋକସଭା ଓ ରାଜ୍ୟସଭାରେ ବିତର୍କ ହୋଇଥାଏ । ବିତର୍କ ଶେଷରେ ବିରୋଧୀ ଉଠାଇଥିବା ପ୍ରସଙ୍ଗ ଉପରେ ଉତର ରଖନ୍ତି ପ୍ରଧାନମନ୍ତ୍ରୀ । ଧନ୍ୟବାଦ ପ୍ରସ୍ତାବ ଉପରେ ଭୋଟିଂ ମଧ୍ୟ ହୋଇଥାଏ । ଏବଂ ଏହି ଭୋଟିଂ ସରକାରଙ୍କ ସପକ୍ଷରେ ରହିଥିବା ସାଂସଦଙ୍କ ସମର୍ଥନକୁ ପ୍ରତିଫଳିତ କରିଥାଏ । ଯଦି ଧନ୍ୟବାଦ ପ୍ରସ୍ତାବ ସମର୍ଥନ କମିଯିବ ତେବେ ସରକାର ଭାଙ୍ଗି ଯିବାର ବ୍ୟବସ୍ଥା ରହିଛି ।