ଜନ୍ମଦିନରେ ପନ୍ତଙ୍କୁ ଟ୍ରୋଲ କଲେ ୱାସିମ ଜାଫର: କଲେ ଏମିତି ପୋଷ୍ଟ

187

କନକ ବ୍ୟୁରୋ: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ରିଷବ ପନ୍ତ ଆଜି ନିଜ ଜନ୍ମଦିନ ପାଳନ କରୁଛନ୍ତି । ଏବେ ପନ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ମଧ୍ୟ ଖେଳୁଛନ୍ତି । ତେବେ ପନ୍ତଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛୁ । ତେବେ ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ୱାସିମ ଜାଫର ଏକ ମଜାଦାର ତରିକାରେ ପନ୍ତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ୱାସିମ ଜାଫର ଏକ ଟ୍ୱିଟ ସେୟାର କରିଛନ୍ତି । ଯେଉଁଥିରେ ରୋହିତ ଶର୍ମା ଓ ରିଷବ ପନ୍ତଙ୍କ ଫଟୋ ରହିଛି । ଏଥିରେ ରୋହିତ ପଚାରୁଛନ୍ତି ରିଷବ କଣ ଗିଫ୍ଟ ଦରକାର । ଆଉ ରିଷବ କହୁଛନ୍ତି ବ୍ୟାଟିଂ ଦରକାର । ଜାଫର ସେୟାର କରିଥିବା ଏହି ଫଟୋ ଏବେ ସୋସିଆଲମିଡିଆରେ ଭାଇରାଲ ହେବାରେ ଲାଗିଛି ।

କହିରଖିଥାଉ କି, ଟିମ ଇଣ୍ଡିଆ ନିକଟରେ ଖେଳିଥିବା କିଛି ମ୍ୟାଚରେ ରିଷବ ପନ୍ତଙ୍କୁ ବ୍ୟାଟିଂ ମିଳୁନି । ଦିନେଶ କାର୍ତ୍ତିକ ଟିମରେ ଥିବାରୁ ତାଙ୍କ ଉପରେ ଚାପ ରହୁଛି । କିଛି ମ୍ୟାଚରେ ସେ ପ୍ଲେଇଙ୍ଗ ୧୧ରେ ବି ନଥିଲେ, ଆଉ ଯେଉଁ ମ୍ୟାଚରେ ରହୁଛନ୍ତି ସେ ମ୍ୟାଚରେ ତାଙ୍କୁ ବ୍ୟାଟିଂ ମିଳୁନାହିଁ ।