ଶିଶୁ ପୁତ୍ର ତୁଳନାରେ ଦେଶରେ କମୁଛି ଶିଶୁ କନ୍ୟା ମୃତ୍ୟୁହାର । ନୂଆ ସର୍ବେକ୍ଷଣରୁ ଆସିଲା ତଥ୍ୟ

97

କନକ ବ୍ୟୁରୋ: ଭାରତ ନାଁରେ ଗୋଟିଏ ବଡ ଅପବାଦ ରହିଥିଲା ଯେ, ଭାରତରେ ଶିଶୁ ପୁତ୍ର ମୃତ୍ୟୁ ହାର ତୁଳନାରେ ଶିଶୁ କନ୍ୟା ମୃତ୍ୟୁ ହାର ସର୍ବାଧିକ । ୨୦୧୧ର ତଥ୍ୟ ଅନୁସାରେ ଏହି କଥାଟି ସତ୍ୟ ପ୍ରମାଣିତ ହୋଇଥିଲା । କିନ୍ତୁ ୯ବର୍ଷ ଭିତରେ ବଦଳି ଯାଇଛି ଚିତ୍ର । ୨୦୨୦ର ତଥ୍ୟ କହୁଛି ଶିଶୁ ପୁତ୍ର ତୁଳନାରେ ଶିଶୁ କନ୍ୟା ମୃତ୍ୟୁ ହାର କମିଛି । ସହରାଞ୍ଚଳରେ ଶିଶୁ କନ୍ୟା ମୃତ୍ୟୁ ହାର ଦ୍ରୁତ ଗତିରେ କମିଛି ।
ଶିକ୍ଷାର ପ୍ରସାର ସହ ପୁଅ-ଝିଅ ମଧ୍ୟରେ ସାମାଜିକ ବିଭେଦ କମୁଛି । ଏବେ ପୁଅଟିଏ ପରି ଝିଅଟିଏକୁ ମଧ୍ୟ ସମାନ ସୁବିଧା ସୁଯୋଗ ମିଳିବା ଦେଖିବାକୁ ମିଳିଲାଣି । ଏପରି ସମୟରେ ଏକ ଭଲ ଖବର ସାମ୍ନାକୁ ଆସିଛି । ଶିଶୁ ପୁତ୍ର ତୁଳନାରେ ଦେଶରେ କମୁଛି ଶିଶୁ କନ୍ୟା ମୃତ୍ୟୁହାର । ନୂଆ ସର୍ବେକ୍ଷଣରୁ ଆସିଲା ତଥ୍ୟ

ଭାରତ ନାଁରେ ଯେଉଁ ଏକ ବଡ଼ ଅପବାଦ ରହିଥିଲା, ତାହା ଏବେ ଦୂର ହେବାକୁ ଯାଉଛି । ଭାରତରେ ଶୁଶୁପୁତ୍ର ମୃତ୍ୟୁହାର ତୁଳନାରେ ଶିଶୁ କନ୍ୟା ମୃତ୍ୟୁହାର ଅଧିକ ରହିଆସୁଥିଲା । ଭାରତ ଏକମାତ୍ର ଏପରି ଏକ ଦେଶ ଥିଲା, ଯେଉଁଠାରେ ଜନ୍ମର ଗୋଟିଏ ବର୍ଷ ଭିତରେ ଯେତିକି ଶିଶୁପୁତ୍ରଙ୍କ ମୃତ୍ୟୁ ହେଉଥିଲା, ସେହି ତୁଳନାରେ ଅଧିକ ଶିଶୁକନ୍ୟାଙ୍କ ମୃତ୍ୟୁ ହେଉଥିଲା । ୨୦୧୧ର ତଥ୍ୟ ଅନୁସାରେ ୧୬ଟି ରାଜ୍ୟରେ ଏପରି ସ୍ଥିତି ଥିଲା । ହେଲେ ୨୦୨୦ର ତଥ୍ୟ କହୁଛି ଯେ, ଶିଶୁପୁତ୍ର ତୁଳନାରେ ଶିଶୁକନ୍ୟା ମୃତ୍ୟୁହାର କମିଛି । ବିଶେଷକରି ସହରାଞ୍ଚଳରେ ଶିଶୁକନ୍ୟାଙ୍କ ମୃତ୍ୟୁହାର ଦୃତ ଗତିରେ କମିଛି ।

ହେଲେ ଓଡ଼ିଶାରେ ଏବେ ବି ଶିଶୁପୁତ୍ର ମୃତ୍ୟୁହାର ତୁଳନାରେ ଶିଶୁକନ୍ୟା ମୃତ୍ୟୁହାର ଅଧିକ ରହିଛି । ଏକ ହଜାରର ନବଜାତଙ୍କ ମଧ୍ୟରୁ ଶିଶୁପୁତ୍ର ମୃତ୍ୟୁହାର ୩୫ ଥିବା ବେଳେ ଶିଶୁକନ୍ୟା ମୃତ୍ୟୁହାର ୩୬ ରହିଛି । ଯଦିଓ ଶୁଶୁପୁତ୍ର ଓ ଶିଶୁକନ୍ୟା ମୃତ୍ୟହାର ବ୍ୟବଧାନ କମି ଏକପ୍ରକାର ସମାନ ସ୍ତରକୁ ଆସିଯାଇଛି, ହେଲେ ମୋଟ୍ ଶିଶୁ ମୃତ୍ୟୁହାର ଏବେ ବି ଚିନ୍ତାଜନକ ସ୍ଥିତିରେ ରହିଛି । ଆମେରିକା ପରି ଦେଶରେ ଏକ ହଜାର ନବଜାତକଙ୍କ ମଧ୍ୟରେ ଗୋଟିଏ ବର୍ଷ ମଧ୍ୟରେ କେବଳ ୬ ଜଣଙ୍କର ମୃତ୍ୟୁ ହେଉଥିବା ବେଳେ ଭାରତରେ ଏହି ସଂଖ୍ୟା ୨୮ ରହିଛି ।