ଧାମନଗର ଉପନିର୍ବାଚନରେ ଭୋଟରଙ୍କ ମୁଡ୍ ପରଖିଲା କନକ ନ୍ୟୁଜ। ରାଜନୈତିକ ମହାଲଢ଼େଇର ପ୍ରତିଟି ଦୃଶ୍ୟ କ୍ୟାମେରାରେ କଏଦ।

199

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନରେ ଭୋଟରଙ୍କ ହୃଦୟ ଜିଣିବା ପାଇଁ ଶେଷ ଦିନରେ ସବୁ ବଳ ଖଟାଇ ଦେଇଛନ୍ତି ବିଧାୟକ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ । ବିରାଟ, ବିରାଟ ପଟୁଆରରେ ବାହାରି ଶୋଭାଯାତ୍ରା କରି ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଉ ସେହି ରାଜନୈତିକ ମହାଲଢ଼େଇର ପ୍ରତିଟି ଦୃଶ୍ୟ କନକ ନ୍ୟୁଜ୍ କ୍ୟାମେରାରେ କଏଦ ହୋଇଛି । ଖବର ସଂଗ୍ରହ କରିଛନ୍ତି କନକ ନ୍ୟୁଜ୍ ପ୍ରତିନିଧି । ଶୋଭାଯାତ୍ରାଠାରୁ ଆରମ୍ଭ କରି ଗାଁ ଗାଁରେ ବୁଲି ନେତାଙ୍କ ରଣନୀତି ଓ ଭୋଟରଙ୍କ ମୁଡ ପରିଖିଛନ୍ତି ।

ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ପ୍ରାର୍ଥୀଙ୍କୁ ଛାଡି ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଥିବାରୁ ରାଜନୈତିକ ମାହୋଲ ସରଗରମ ହୋଇଛି । ଆଉ ସ୍ଥିତିକୁ ଦେଖି ଧାମନଗରର ଭୋଟର ବି ବେଶ୍ ଚତୁରତାର ସହ ଉତ୍ତର ରଖୁଛନ୍ତି । ନିର୍ବାଚନ ପ୍ରଚାରରେ କମ୍ପୁଥିବା ଧାମନଗର ନିର୍ବାଚନମଣ୍ଡଳୀର ପ୍ରତିଟି ଖବରକୁ ପାଖରୁ ଦେଖିଛନ୍ତି ଆମ ରିପୋର୍ଟର । ସମ୍ପୂର୍ଣ୍ଣ ନିର୍ବାଚନମଣ୍ଡଳୀ ଘୋ ଘୋ ପ୍ରଚାରରେ କମ୍ପୁଥିବାବେଳେ ଭୋଟରଙ୍କ ମୁଡ କଣି ରହିଛି, ରାଜନୈତିକ ଦଳଙ୍କ ରଣନୀତି କଣ ରହିଛି ତାହା ପରଖିଛନ୍ତି ।

ଧାମନଗରର ନିର୍ବାଚନମଣ୍ଡଳୀର ଇତିହାସକୁ ଦେଖିଲେ, ଏଠାରୁ ପୂର୍ବରୁ କଂଗ୍ରେସ, ବିଜେଡି, ବିଜେପି ସବୁ ଦଳର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଆଉ ଏବେ ପୁଣି ଥରେ ଦଖଲ କରିବା ପାଇଁ ଲାଗି ପଡିଛନ୍ତି । ଆଉ ଆମ ପ୍ରତିନିଧି ସେମାନଙ୍କ ସହ ରହି ରଣନୀତିକୁ ତଉଲିଛନ୍ତି । ଗାଁ ହେଉ କି ସହ ସବୁଠି ପହଁଞ୍ଚିଛି କନକ ନ୍ୟୁଜ୍ ଟିମ୍ । ଭୋଟର କେଉଁଭଳି ପ୍ରାର୍ଥୀ ଚୟନ କରିବାକୁ ଚାହୁଁଛନ୍ତି ଓ କଣ ପ୍ରମୁଖ ପ୍ରସଙ୍ଗ ରହିଛି ତାହା ଭୋଟରଙ୍କୁ ପଚାରିଛନ୍ତି ଆମ ପ୍ରତିନିଧି । ନେତାଙ୍କୁ ବି ନିର୍ବାଚନମଣ୍ଡଳୀର ବିକାଶ ନେଇ କଣ ଯୋଜନା ରହିଛି ତାହା ପଚାରିଛି କନକ ନ୍ୟୁଜ୍ ।

ପ୍ରଚାରର ଶେଷ ଦିନରେ ସବୁ ପ୍ରାର୍ଥୀଙ୍କ ଶୋଭାଯାତ୍ରାରେ ହଜାର ହଜାର ଲୋକଙ୍କ ଭିଡ ଜମା ହୋଇଥିଲା । କିନ୍ତୁ ଏହି ଭିଡ ଭୋଟରେ ପରିଣତ କରିବାରେ ନେତା କେତେ ସମର୍ଥ ହେବେ ତାହା ପଚାରି ବୁଝିଛନ୍ତି ଆମ ପ୍ରତିନିଧି । ପ୍ରଚାର ଶେଷ ହୋଇଥିଲେ ବି ଧାମନଗର ନିର୍ବାଚନ ଫଳାଫଳ ଆସିବା ପର୍ଯ୍ୟନ୍ତ ଆପଣଙ୍କ ପାଖରେ ଆମେ ପହଁଞ୍ଚାଇବୁ ଧାମନଗର ନିର୍ବାଚନ ସମ୍ପର୍କୀତ ପ୍ରତିଟି ଖବର ।